ବୋମା! ଜୀବନ ନେବନି ଜୀବନ ଦେବ । ଖୁଣ୍ଟୁଣୀ ଅଞ୍ଚଳରେ ବାଉଁଶ ଜଙ୍ଗଲ ସୃଷ୍ଟି କରିବା ପାଇଁ ଆଠଗଡ ଡିଏଫଓଙ୍କ ଅଭିନବ ଉପାୟ । ଜଙ୍ଗଲ ଭିତରେ ପଡୁଛି ବାଉଁଶ ବୋମା

456

କନକ ବ୍ୟୁରୋ : ବୋମା ଫୁଟୁଛି, ହେଲେ ଶବ୍ଦ ହେଉନି, କି ଅଘଟଣ ଘଟୁନି । ବରଂ ନୂଆ ଜୀବନ ସୃଷ୍ଟି ହେଉଛି । ମାଟି ବୋମାର , ଯାହାକୁ ତିଆରି କରୁଛନ୍ତି କଟକ ଜିଲ୍ଲା ଖୁଂଟୁଣୀ ବନାଂଚଳର କର୍ମଚାରୀ । ମାଟିରେ ଶହଶହ ବୋମା ତିଆରି କରି ଜଙ୍ଗଲ ଭିତରେ ଫିଙ୍ଗି ଦେଉଛନ୍ତି ବନ କର୍ମଚାରୀ । ଆଉ ଏହି ବୋମା ଫାଟିବା ପରେ ଉଠିବ ମେଂଚା ମେଂଚା ବାଉଁଶ ଗଛ । ସୃଷ୍ଟ ହେବ ବାଉଁଶ ଜଙ୍ଗଲ ।

ବାଉଁଶ ବୋମାର ମୁଖ୍ୟ ଉଦେଶ୍ୟ ଜଙ୍ଗଲ ସୃଷ୍ଟି କରିବା । ଏବଂ ଜଙ୍ଗଲ ଭିତରେ ହାତୀଙ୍କୁ ଖାଦ୍ୟ ଯୋଗାଇବା । ଅନେକ ସମୟରେ ଆଠଗଡ ଅଂଚଳରେ ଦେଖିବାକୁ ମିଳୁଥିବା ହାତୀ-ମଣିଷ ଲଢେଇକୁ ରୋକିବା । ଜଙ୍ଗଲ ଭିତରେ ପ୍ରଚୁର ପରିିମାଣର ଖାଦ୍ୟ ମିଳିଲେ ହାତୀପଲ ଆଉ ଜନବସତି ମୁହାଁ ହେବେ ନାହିଁ କି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ନାହିଁ ।

କେମିତି ପ୍ରସ୍ତୁତ ହୁଏ ଏହି ବାଉଁଶ ବୋମା ।
ଉର୍ବର ମାଟି, ଖତ ଓ କୀଟନାଶକକୁ ମିଶାଇ ପେଣ୍ଡୁ ଆକାରର ବାଟୁଳା ପ୍ରସ୍ତୁତ କରାଯାଏ ।
ସେହି ବାଟୁଳା ଭିତରେ ବାଉଁଶ ମଂଜିକୁ ବିଶୋଧିତ କରି ଭର୍ତ୍ତି କରାଯାଏ ।
ବାଉଁଶ ମଂଜି ଭର୍ତ୍ତର୍ି ହୋଇଥିବା ବାଟୁଳାକୁ ଖରାରେ ଶୁଖାଯାଏ
ଯାହାକୁ ବାଉଁଶ ବୋମା ବୋଲି କୁହାଯାଏ
ପରେ ବର୍ଷା ଦିନେ ଅର୍ଥାତ୍ ଜୁଲାଇ ଓ ଅଗଷ୍ଟ ମାସରେ ଜଙ୍ଗଲ ଭିତରେ ଏହାକୁ ଫୋପଡା ଯାଏ
ବର୍ଷାରେ ଓଦା ହୋଇ ବାଉଁଶ ବୋମା ଫାଟିବାର ୧୫ ଦିନ ଭିତରେ ବାଉଁଶ ମଂଜି ଗଜା ହୁଏ
୧ ମାସ ଭିତରେ ବାଉଁଶ ବୁଦାରେ ପରିଣତ ହୁଏ ବାଉଁଶ ବୋମା

ହାତୀଙ୍କ କବଳରୁ ଚାଷ-ବାସକୁ ବଂଚାଇବା ସହ ହାତୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ବାଉଁଶ ଜଙ୍ଗଲର ପରିକଳ୍ପନା କରିଛନ୍ତି ଆଠଗଡ ବନଖଣ୍ଡ ଅଧିକାରୀ ସସ୍ମିତା ଲେଙ୍କା ।