ବିଧାନସଭାରେ ଆଜି ଚାଲିପାରିଲାନି ପ୍ରଶ୍ନକାଳ ! ଜନଜାତି ପରାମର୍ଶଦାତା କମିଟି ନିୟମିତ ବସୁନଥିବାରୁ ବିରୋଧୀଙ୍କ ହଙ୍ଗାମା

29

କନକ ବ୍ୟୁରୋ : ବିଧାନସଭା ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଶେଷଦିନର ପ୍ରଶ୍ନକାଳ ଆଜି ଚାଲିପାରିନାହିଁ । ଜନଜାତି ପରାମର୍ଶଦାତା କମିଟି ବୈଠକ ନିୟମିତ ବସୁନଥିବାରୁ ଏହାକୁ ନେଇ ବିରୋଧୀ ହଙ୍ଗାମା କରିଛନ୍ତି । ଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଆଜି ପ୍ରଶ୍ନକାଳ ସ୍ୱାଭାବିକ ଭାବେ ଚାଲିଥିବାବେଳେ ବିରୋଧୀଦଳ ନେତା ନରସିଂହ ମିଶ୍ର ଜନଜାତି ପରାମର୍ଶଦାତା କମିଟି ବୈଠକ ବସୁନଥିବା ନେଇ ପ୍ରଶ୍ନ ଉଠାଇଥିଲେ । ସେ କହିଥିଲେ, ପ୍ରତି ୬ ମାସରେ ଥିରେ ବୈଠକ ବସିବା କଥା । କିନ୍ତୁ ଗତ ୧୭ ବର୍ଷ ମଧ୍ୟରେ ବୈଠକ ମାତ୍ର ୧୫ ଥର ବସିଛି । ଏହାକୁ କେନ୍ଦ୍ର କରି ବିରୋଧୀ ସଦସ୍ୟମାନେ ହଙ୍ଗାମା କରିଥିଲେ । ଫଳରେ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବୀ ଘୋଷଣା କରାଯାଇଛି ।