କନକ ବ୍ୟୁରୋ : ବିଜେପି ବନାମ ବିରୋଧୀ । ଆଜି ୪ଟି ଲୋକସଭା ଓ ୧୦ଟି ବିଧାନସଭା ଆସନରେ ଉପନିର୍ବାଚନ ଲାଗି ଭୋଟଗଣତି ଆରମ୍ଭ ହୋଇଛି । ଉତ୍ତର ପ୍ରଦେଶର କୈରାନା, ମହାରାଷ୍ଟ୍ରର ଭଣ୍ଡାରା ଏବଂ ପାଲଘର ସହିତ ନାଗାଲାଣ୍ଡରେ ଗତ ମେ ୨୮ ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ଉତ୍ତରପ୍ରଦେଶର କୈରାନା ଆସନ ବିଜେପି ପାଇଁ ସମ୍ମାନର ପ୍ରଶ୍ନ । କାରଣ ପୂର୍ବରୁ ଦୁଇଟି ଲୋକସଭା ଉପନିର୍ବାଚନ ହାରିଥିବା ଭାରତୀୟ ଜନତା ପାର୍ଟି ଏଥର ସେହି ପରାଜୟର ଧାରା ଜାରି ରଖୁଛି ନା ବିରୋଧୀ ଗୋଷ୍ଠୀଙ୍କୁ ହାଟ୍ରିକ କରିବାରୁ ରୋକି ପାରୁଛି ତା ଉପରେ ନଜର ରହିଛି । କୈରାନାରେ ଲଢେଇ ହେଉଛି ବିଜେପି ଏବଂ ବିରୋଧୀ ମେଂଟ ମଧ୍ୟରେ ।
ବିଜେପି ସାଂସଦ ହୁକୁମ ସିଂହଙ୍କ ଦେହାନ୍ତ ପରେ ଉପନିର୍ବାଚନ ହେଉଥିବା ଏହି ଆସନରେ ବିଜେପି ଟିକେଟରେ ଲଢୁଛନ୍ତି ତାଙ୍କ ଝିଅ ମ୍ରିଗଙ୍କା ସିଂହ । ଗୋରଖପୁର ଓ ଫୁଲପୁର ଆସନରେ ଏସପି-ବିଏସପି ମିଳିତ ଭାବେ ଲଢି ବିଜେପିର ବିଜୟରେ ରୋକ ଲଗାଇବାକୁ ସକ୍ଷମ ହୋଇଥିଲେ । ଆଉ କର୍ଣ୍ଣାଟକରେ କଂଗ୍ରେସ ନେତୃତ୍ୱରେ ଅଣବିଜେପି ଗୋଷ୍ଠୀ ଏକାଠି ହେବା ପରେ କୈରାନାରେ ପରୀକ୍ଷା ଦେବାକୁ ଯାଉଛି ଭାରତୀୟ ଜନତା ପାର୍ଟି । ସେହିଭଳି ମହାରଳଷ୍ଟ୍ରର ଦୁଇଟି ଲୋକସଭା ଆସନରେ ବି ଆଜି ଭୋଟଗଣତି ହେବ । ଏଠାରେ ବିଜେପି ଓ ଶିବସେନା ଅଲଗା ଅଲଗା ଲଢୁଥିବାବେଳେ କଂଗ୍ରେସ ଓ ଏନସିପି ମଧ୍ୟରେ ମେଂଟ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/voting_1527729844_618x347.jpeg)
/kanak/media/post_attachments/wp-content/uploads/2017/09/voting1.jpg)