କନକ ବ୍ୟୁରୋ : ବିଧାନସଭାରେ ଚାଷୀ ତାତି । ଗୃହ ଆରମ୍ଭରୁୁ କଂଗ୍ରେସ ବିଧାୟକଙ୍କ ହଙ୍ଗାମା । କୃଷି ଓ କୃଷକ ପ୍ରସଙ୍ଗ ନେଇ ବିଧାନସଭା ଆରମ୍ଭରୁ ହଟ୍ଟଗୋଳ । କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ପ୍ରଶ୍ନକାଳ ବାଧାପ୍ରାପ୍ତ ହୋଇଛି । ଗୃହକୁ ଦିନ ୧୧ଟା ୩୦ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।
ଆଜି ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ କୃଷି ଓ କୃଷକଙ୍କ ଉପରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ କାହିଁକି ଆଲୋଚନା ହେଲାନି ବୋଲି ପ୍ରଶ୍ନ କରିଥିଲେ । ଏହାକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିଲା । ହଟ୍ଟଗୋଳ ଜାରି ରହିବାକୁ ଗୃହ ମୁଲତବୀ ରହିଥିଲା ।