ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା ଜାରି : ବାଚସ୍ପତିଙ୍କ ରୁଲିଂ ବିରୋଧରେ ଗୃହରେ ବାରମ୍ବାର ହଟ୍ଟଗୋଳ, ଅପରାହ୍ନ ୩ଟା ଯାଏଁ ଗୃହ ମୁଲତବି

Advertisment
ଭିକାରୀଙ୍କ ସରକାରୀ ତାଲିକା...ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା, ଓଡିଶାରେ ଅଛନ୍ତି ମୋଟ ୫ ହଜାର ୯୫୦ ଭିକାରୀ; କେବଳ କଟକରେ ରହିଛନ୍ତି ହଜାରେ ୬୦ ଜଣ

କନକ ବ୍ୟୁରୋ : ବିଧାନସଭାର ଦ୍ୱିତୀୟ ଦିନରେ ଆରମ୍ଭରୁ ଗୃହରେ ହଟ୍ଟଗୋଳ । ଏହାକୁ ନେଇ ବାରମ୍ୱାର ଗୃହ ମୁଲତବୀ । ଅଧିବେଶନ ଆରମ୍ଭ ହେଲା କ୍ଷଣି ଆଜି ଆରମ୍ଭ ହୋଇଯାଇଥିଲା ହଟ୍ଟଗୋଳ । ଫଳରେ ଗୋଟିଏ ମିନିଟ୍ ବି ଚାଲି ପାରିଲାନି ଗୃହ କାର୍ଯ୍ୟ । ବାଚସ୍ପତିଙ୍କ ରୁଲିଂ ପ୍ରତ୍ୟାହାର ଦାବିରେ ଅଡି ବସିଥିଲେ ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟ ।

ଫଳରେ ଗୃହକୁ ସାଢେ ୧୧ଟା ଯାଏଁ ଗୃହକୁ ପ୍ରଥମେ ମୁଲତବୀ ରଖିଥିଲେ ବାଚସ୍ପତି । ପରେ ସାଢେ ୧୧ ଟା ପରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବି ବିରୋଧୀ ସଦସ୍ୟ ଜାରି ରଖିଥିଲେ ହଟ୍ଟଗୋଳ । ଫଳରେ ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe