କନକ ବ୍ୟୁରୋ : ଆସାମରେ ଜଳ ପ୍ରଳୟ । ଲଗାଣ ବର୍ଷା ଯୋଗୁଁ ଶହ ଶହ ଗାଁ ଜଳବନ୍ଦୀ ଓ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଆସାମରେ ୩୩ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଯେଉଁଥିରେ ୧୭ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ୪୫ଲକ୍ଷରୁ ଅଧିକ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଲଗାଣ ବର୍ଷା ଯୋଗୁଁ କାଜିରଙ୍ଗା ଜାତୀୟ ଉଦ୍ୟାନରେ ଲହଡି ମାରୁଛି ବନ୍ୟାଜଳ । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବାରୁ କାଜିରଙ୍ଗା ଉଦ୍ୟାନ ୮୦ ପ୍ରତିଶତ ବୁଡିଯାଇଛି । ଜାତୀୟ ଉଦ୍ୟାନରେ ପଶୁ ଭାସୁଥିବାର ଦେଖିବାକୁ ମିଳିଛି । ଜୀବଜନ୍ତୁଙ୍କୁ ସୁରକ୍ଷିତ ରଖିବା ପାଇଁ କାଜିରଙ୍ଗା ପ୍ରଶାସନ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ବିହାରରେ ବନ୍ୟା ପରିସ୍ଥିତି ବିଗିଡିବାରେ ଲାଗିଛି । ୮ ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି । ଶହ ଶହ ଗାଁ ଜଳବନ୍ଦୀ ହୋଇଥିବା ବେଳେ ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ ଏବଂ ଏନଡିଆରଏଫର ଟିମ ନିୟୋଜିତ ହୋଇଛନ୍ତି । ଲଗାଣ ବର୍ଷା ସାଙ୍ଗକୁ ବନ୍ୟା ହେତୁ ଉତ୍ତରପ୍ରଦେଶରେ ୧୪ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । କେରଳରେ ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିବା ପରେ ରେଡ ଆଲର୍ଟ ଜାରି କରାଯାଇଛ । ୨୪ଘଣ୍ଟା ଭିତରେ ୬ଟି ଜିଲ୍ଲାରେ ୨୦୪ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଥିବା କଥା କୁହାଯାଉଛି ।