ନାଗରିକତା ବିଲକୁ ନେଇ ହିଂସା : ଆସାମରେ ଟ୍ରେନରେ ନିଆଁ ଲଗାଇବାକୁ ବିକ୍ଷୋଭକାରୀଙ୍କ ଉଦ୍ୟମ, ଶହ ଶହ ଯାତ୍ରୀଙ୍କ ଜୀବନ ବଚାଇଲା ଭାରତୀୟ ସେନା
କନକ ବ୍ୟୁରୋ : ଦେଶରେ ନାଗରିକତା ବିଲ୍ ନିଆଁ । ନାଗରିକତା ସଂଶୋଧନ ବିଲକୁ ନେଇ ଏବେ ଆସାମରେ ବିକ୍ଷୋଭକାରୀ ଲଗାତାର ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଏହି ହିଂସାରୁ ବର୍ତ୍ତିପାରିନାହାନ୍ତି ସାଧାରଣ ଲୋକ । ବିକ୍ଷୋଭକାରୀ ଯାନବାହାନରେ ନିଆଁ ଲଗାଇବା ସହ ଆସାମରେ ଗମନାଗମନକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ବିକ୍ଷୋଭକାରୀ ଏକ ଏକ୍ସପ୍ରେସ ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ସେନା ଏଭଳି ଏକ ଉଦ୍ୟମକୁ ପଣ୍ଡ କରିଦେଇଛି । ସେନା ପାଇଁ ଶହ ଶହ ଯାତ୍ରୀଙ୍କ ଜୀବନ ବଂଚିଯାଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ ଗୁରୁବାର ଦିନ ବିକ୍ଷୋଭକାରୀମାନେ ନହରକାଟିଆ ରେଳ ଷ୍ଟେସନରେ ଛିଡା ହୋଇଥିବା ଏକ ଟ୍ରେନରେ ନିଆଁ ଲଗାଇବାକୁ ପହଂଚିଥିଲେ । ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀ ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ କରୁଥିବାବେଳେ ଟ୍ରେନ ଭିତରେ ଫସିରହିଥିଲେ ବହୁ ଯାତ୍ରୀ । ତେବେ ରେଳ ଅଧିକାରୀଙ୍କ ଉପସ୍ଥିତ ବୁଦ୍ଧି ଓ ସେନାର ଯବାନଙ୍କ ପ୍ରୟାସ ଯୋଗୁଁ ଏହି ଟ୍ରେନର ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିଲା । ସେନା ପକ୍ଷରୁ କୁହାଯାଇଛି ଯେ ନହରକାଟିଆ ରେଳ ଷ୍ଟେସନରେ ସୀଲଚର-ଦିବରୁଗଡ଼ ବ୍ରହ୍ମପୁତ୍ର ଏକ୍ସପ୍ରେସ ଛିଡା ହୋଇଥିଲା । ଏହି ସମୟରେ ବିକ୍ଷୋଭକାରୀ ଏହି ଟ୍ରେନରେ ନିଆଁ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ ।