କେମିତି ଆଶାରାମ ବନିଗଲେ ବଳାତ୍କାରୀ? ପଢ଼ନ୍ତୁ ବାପୁଙ୍କ ପୁରା କ୍ରାଇମ ରେକର୍ଡ଼

Advertisment
ଆଶାରାମଙ୍କ ନୂଆ ପରିଚୟ କଏଦୀ ନମ୍ବର ୧୩୦ ! ବାପ ପରେ ଆଜି ପୁଅର ପାଳି, ଦୁଷ୍କର୍ମ ମାମଲାରେ କୋର୍ଟରେ ହାଜର ହେବେ ନାରାୟଣ ସାଇ

କନକ ବ୍ୟୁରୋ : ଅପରାଧି ଆଶାରାମ ଏବେ ଜେଲରେ । ଦିନେ ଭକ୍ତ ଓ ଭଗବାନଙ୍କୁ ନେଇ ଡ଼ିଣ୍ଡିମ ପିଟୁଥିବା ଆଶରାମ ବାପୁ ପ୍ରକୃତରେ ଭଗବାନଙ୍କ ଦୂତ ନୁହେଁ ବରଂ ଜଣେ ବଳାତ୍କାରୀ । ଯୋଧପୁର କୋର୍ଟଙ୍କ ରାୟ ଆସିବା ପରେ ଏକଥା ତ ସ୍ପଷ୍ଟ । ହେଲେ ଆପଣ ମାନେ କେବେ ଭାବିଛନ୍ତି କି କେମିତି ବାବା ବନିଗଲେ ବଳାତ୍କାରୀ? ଆଧ୍ୟାତ୍ମିକତାକୁ ମାଧ୍ୟମ କରି କେମିତି ଅପରାଧ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ ଆଶାରାମ ବାପୁ? କେବଳ ଗୋଟିଏ ମାମଲା ନୁହେଁ ଆଶରାମ ବାପୁଙ୍କ ବିରୋଧରେ ରହିଛି ଏକାଧିକ ଅପରାଧିକ ମାମଲା । ଆଉ ଏସବୁ ଭିତରେ ରାଜନୈତିକ ସହଯୋଗ ଏହି ଭଣ୍ଡ ବାବାଙ୍କୁ ଆହୁରି ପ୍ରତିଷ୍ଠିତ କରିଦେଇଥିଲା । ଭକ୍ତ ଓ ଭଗବାନଙ୍କୁ ନେଇ ଚାଲିଥିଲା ଭଣ୍ଡବାବାର ଭୟଙ୍କର କାରନାମା ।

asharam

ଭକ୍ତ ଓ ଭଗବାନଙ୍କୁ ନେଇ ମଂଚ ଉପରେ ଆଧ୍ୟାତ୍ମିକତାର ବାର୍ତ୍ତା ଦେଉଥିବା ଅଶାରାମ ବାପୁଙ୍କ ପଛପଟେ ଲୁଚି ରହିଥିଲା ଅପରାଧୀର ଏକ ବଡ ଚେହେରା । ସାରାଦେଶରେ ୪ଶହରୁ ଅଧିକ ଆଶ୍ରମ ପ୍ରତିଷ୍ଠା କରି ଲୋକଙ୍କୁ ଆଧ୍ୟାତ୍ମିକତାର ବାର୍ତା ଦେଉଥିବା ଅଶାରାମ ଭିତରେ ଭିତରେ ତିଆରି କରିଥିଲେ ଅପରାଧର ଏକ ବିଶାଳ ସାମ୍ରାଜ୍ୟ । ଯିଏ କି ନାବାଳିକାଙ୍କୁ ଦୁଷ୍କର୍ମ କରିବା ପାଇଁ ବି ପଛାଇ ନଥିଲେ । ୨୦୧୩ ମସିହାରେ ନିଜ ଯୋଧପୁର ଅଶ୍ରମରେ ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ ଆଶାରାମ । ଆଉ ଏହି ଘଟଣା ସାମ୍ନାକୁ ଆସିବା ପେର ବାବାଙ୍କ ପୋଲଖୋଲ ହୋଇଥିଲା । ୧ ସେପ୍ଟେମ୍ବର ୨୦୧୩ରେ ପୁଲିସ ତାଙ୍କୁ ଗିରଫ କଲା । ଆଉ ୬ ବର୍ଷ ପରେ ଅଜି ଆଶାରାମ ବାପୁ ଏହି ଘଟଣାରେ ଆଶରାମଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି ।

କେବଳ ଏହି ଗୋଟିଏ ଘଟଣା ନୁହେଁ ଆଶାରାମଙ୍କ ବିରୋଧରେ ରହିଛି ଅଭିଯୋଗର ଲମ୍ବା ଫର୍ଦ୍ଦ । ୨୦୦୮ ମସିହା । ଆଶାରାମଙ୍କ ଆଶ୍ରମ ନିକଟରୁ ଦୁଇଟି ଶିଶୁଙ୍କ ଗଳିତ ଶବ ମିଳିଥିଲା । ଯେଉଁ ଶିଶୁମାନଙ୍କର ପିତା ମାତା ଅଶାରାମ ବାପୁଙ୍କର ହିଁ ଭକ୍ତ ଥିଲେ । ସେହି ସମୟରେ ଅଭିଯୋଗ ହୋଇଥିଲା ଯେ ଅଶାରା ଆଶ୍ରମ ଭିତରେ ତନ୍ତ୍ର ସାଧନା କରୁଚନ୍ତି ଓ ବଳି ଦେଉଛନ୍ତି । ହେଲେ ପରେ ଏହି ମାମଲାରେ ଆଶାରାମଙ୍କୁ କ୍ଲିନ ଚିଟ ମିଳିଗଲା ।

publive-image

୨୦୧୨ ମସିହାରେ ବି ବାବା ଆଶାରାମ ବିବାଦୀୟ ହୋଇଥିଲେ । ଯେତେବେଳେ ନିର୍ଭୟା ଦୁଷ୍କର୍ମ ଘଟଣାରେ ସାରା ଦେଶ ଦେହାଲି ଯାଇଥିଲା ସେତେବେଳେ ଆଶାରାମ କହିଥିଲେ ‘ଦୋଷ ଗୋଟିଏ ପକ୍ଷରୁ ହୁଏ ନାହିଁ, ପୀଡିତା ଛାଡି ଦେବା ପାଇଁ କାକୁତିବିନତି ହେବା ଆବଶ୍ୟକ ଥିଲା ଓ ଆକ୍ରମଣକାରୀଙ୍କୁ ଭାଇ ଭଳି ବ୍ୟବହାର କରିବା ଉଚିତ ଥିଲା’ ।

ସାଙ୍ଘାତିକ ବୟାନ ଓ ଅପରାଧର ବଡ ଷଡଯନ୍ତ୍ର ପରେ ମଧ୍ୟ ଆଶାରାମ ପାଖରେ ପହଁଚିପାରୁ ନଥିଲା ଆଇନର ଲମ୍ବା ହାତ । ଏହା ପଛରେ ଆଶାରାମର ରାଜନୈତିକ ଳିଙ୍କକୁ ଦାୟୀ କରାଯାଏ । ଏମିତିକି ଉଭୟ ବିଜେପି ଓ କଂଗ୍ରେସ ସରକାର ଆଶାରାମ ବାପୁଙ୍କ ପାଇଁ ଅହେତୁକ ଅନୁକମ୍ପା ଅଜାଡି ଦେଇଥିଲେ । କାହିଁକି ନା ଅଶାରାମଙ୍କ ପଛରେ ଥିଲା ଭକ୍ତଙ୍କ ଏକ ବଡ ସମର୍ଥନ । ହେଲେ ଶେଷରେ ଏହି ଭଣ୍ଡବାବା ଆଇନର ଜାଲରେ ଫଶିଯାଇଛନ୍ତି । ଆଉ ଏବେ ଜେଲରେ ଆଶାରାମ ।

ସେପଟେ ନାବାଳିକା ଦୁଷ୍କର୍ମ ମାମଲାରେ ଗୋଟିଏ ପଟେ ଆଶାରାମଙ୍କୁ କୋର୍ଟ ଆଜୀବନ ଦଣ୍ଡାଦେଶ ଶୁଣାଉଥିଲେ ଅନ୍ୟପଟେ , ବାବାଙ୍କ ମୁକ୍ତି ପାଇଁ ଚାଲିଥିଲା ପ୍ରାର୍ଥନା । ଆଶାରାମଙ୍କ ପାଇଁ ଜପ-ତପରେ ମାତିଥିଲେ ତାଙ୍କ ସମର୍ଥକ । ଆଜି ପୁରୀରେ ଥିବା ଆଶାରାମଙ୍କ ଆଶ୍ରମରେ ଦେଖିବାକୁ ମିଳିଥିଲା ଏଭଳି ସ୍ଥିତି । ଯେଉଁ ବାବାଙ୍କୁ ବଳାକ୍ରାରୀ କହି ସାରା ଦେଶ ଛି ଛି କରୁଛି, ସେହି ବାବାଙ୍କ ପାଇଁ ଏହି ଭକ୍ତଙ୍କ ମନରେ ଏବେବି ଭକ୍ତି ବାକି ରହିଛି । ହାତରେ ଜପ ମାଳ, ତୁଣ୍ଡରେ ବାବାଙ୍କ ବାଣୀ । କୋର୍ଟ ବାବାଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡର ସଜା ଶୁଣାଇବା ପରେ ବି ଏମାନେ ବାବା ବଳାକ୍ରାରୀ ବୋଲି ମାନିବାକୁ ନାରାଜ । ଗୋଟିଏ ପଟେ ବାବାଙ୍କ ଦଣ୍ଡ ଶୁଣାଣି କରୁଥିଲେ କୋର୍ଟ ଏପଟେ ପୁରୀର ଆଶାରାମ ଆଶ୍ରମରେ ବାବା ପାଉଥିଲେ ପୂଜା । ଜପ-ତପ ସହ ବାବାଙ୍କ ପୂଜାର୍ଚ୍ଚନା । ଆଉ ଭକ୍ତଙ୍କ ଟାର୍ଗେଟରେ ଥିଲା ଗଣମାଧ୍ୟମ । ଏମାନଙ୍କ ଧାରଣା ଯେ, ଗଣମାଧ୍ୟମ ହିଁ ବାବାଙ୍କ ଛବିକୁ ବିଗାଡିଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe