ପ୍ରସିଦ୍ଧ କଣ୍ଠଶିଳ୍ପୀ ଆଶା ଭୋସଲେଙ୍କ କଣ୍ଠରେ ପୁଣି ଶୁଣିବାକୁ ମିଳିବ ଓଡିଆ ଗୀତ । ଆଶା, ତାଙ୍କ ନାତୁଣୀ ଜନାୟୀ ଓ କଣ୍ଠଶିଳ୍ପୀ ତଥା କମ୍ପୋଜର ଶଙ୍କରମହାବେନଙ୍କ ସହ ଏକ ଓଡିଆ ଗୀତ ରେକର୍ଡ କରିଛନ୍ତି । ଏନେଇ ସେ ଟ୍ୱିଟ୍ କରି ଜଣାଇଛନ୍ତି । ମୁମ୍ବାଇର ଏକ ଷ୍ଟୁଡିଓରେ ଆଶା ଏହି ସଂଗୀତ ରେକର୍ଡ କରିଥିବା ଜଣାପଡିଛି । ଦୀର୍ଘ ୩୬ ବର୍ଷ ପରେ ପୁଣି ଏକ ଓଡିଆ ଗୀତ ଗାଇଛନ୍ତି ଆଶା ଭୋସଲେ । ୧୯୮୧ରେ ସେ, ଓଡିଆ ଫିଲ୍ମ ‘ଆରତୀ’ର ଗୀତ ‘ଜହ୍ମ ଗୋ ତୁମେ ଝୁରନା’ରେ କଣ୍ଠ ଦେଇଥିଲେ ।
ଆଶା ଭୋସଲେଙ୍କ କଣ୍ଠରେ ଓଡ଼ିଆ ଗୀତ ! ଟ୍ୱିଟ୍ କରି ଜଣାଇଲେ ବିଶିଷ୍ଟ କଣ୍ଠଶିଳ୍ପୀ
/kanak/media/post_attachments/wp-content/uploads/2017/08/Asha-Bhosle_8.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)