ସରକାରୀ କର୍ମଚାରୀଙ୍କ ପାଇଁ କରୋନା ସତର୍କତା : ଜ୍ୱର, ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନର ଛୁଟି, ଲୋକସେବା ଭବନକୁ ସାଧାରଣ ଲୋକଙ୍କୁ ମନା

1,627

କନକ ବ୍ୟୁରୋ : ସରକାରୀଙ୍କ କର୍ମଚାରୀଙ୍କ ପାଇଁ କରୋନା କଟକଣା । କୌଣସି ବ୍ୟକ୍ତିକୁ ଥଣ୍ଡା, ଜ୍ୱର, କାଶ ହେଉଥିଲେ ମିଳିବ ୧୪ ଦିନର ଛୁଟି । ୧୪ ଦିନ ପାଇଁ ହୋମ ଆଇସୋଲେସନରେ ରହିବେ କର୍ମଚାରୀ । ସରକାର କରୋନା ମୁକାବିଲା ପାଇଁ ସର୍ବଦା ସତର୍କ ଅଛନ୍ତି । ପ୍ରତିଦିନ ମିଟିଂ ଆୟୋଜିତ ହେଉଛି । ସମସ୍ତ ସରକାରୀ ଅଫିସ ଟଏଲେଟରେ ହ୍ୟାଣ୍ଡୱାସ ଓ ଲିକ୍ୱିଇଡ଼୍ ରଖିବା ସହ ସଫାସୁତୁରା ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବ୍ୟକ୍ତିଗତ ସ୍ୱଚ୍ଛତା ସହ ପ୍ରବେଶ ପଥରେ ସାନିଟାଇଜ୍ ରଖିବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ସମସ୍ତ ବିଭାଗ ସଚେତନ ହେବା ସହ ଅନ୍ୟ ସମସ୍ତଙ୍କୁ ସଚେତନ କରାଇବେ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପ୍ରମୁଖ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି ।

ଅନ୍ୟପଟେ କରୋନା ପାଇଁ ଲୋକସେବା ଭବନ କର୍ମଚାରୀଙ୍କ ପାଇଁ ମଧ୍ୟ କଟକଣା ଜାରି ହୋଇଛି । ସାଧାରଣ ଲୋକଙ୍କୁ ଲୋକସେବା ଭବନ ମନା । ଲୋକସେବା ଭବନକୁ କେବଳ କର୍ମଚାରୀ ମାନେ ଯାଇପାରିବେ । କେବଳ ଏତିକି ନୁହେଁ ଭିଜିଟର ପାସ ବି ବାତିଲ କରାଯାଇଛି ।

ଅନ୍ୟପଟେ କରୋନା ଭାଇରସର ମୁକାବିଲା ପାଇଁ ଚାରିଆଡେ ଚାଲିଛି ସଚେତନତାର ବାର୍ତା । ବଜାରରେ ମାସ୍କର ଚାହିଦା ବଢିଯାଇଛି । ଆଉ ବଜାରରେ ମାସ୍କର ଅଭାବକୁ ପୂରଣ କରିବାକୁ ଜୟପୁର ସହରର ଶ୍ରୀ ଲକ୍ଷୀ ଗଣପତି ସ୍ୱୟଂ ସହାୟକ ଗୋଷ୍ଠୀ ଅଂଟା ଭିଡିଛି । ପ୍ରଥମେ ସ୍କୁଲ ପିଲାଙ୍କ ପୋଷାକ ତିଆରି କରୁଥିଲେ ଏହି ସ୍ୱୟଂ ସହାୟକ ଗୋଷ୍ଠୀ । ଏବେ ମାସ୍କର ଚାହିଦାକୁ ଦେଖି ଆରମ୍ଭ କରିଛନ୍ତି ନୂଆ ଅଭିଯାନ ।