କନକ ବ୍ୟୁରୋ : ସିଏଜି ରିପୋର୍ଟ ଉପରେ ପ୍ରଶ୍ନ ଉଠାଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଅଭିଯୋଗ ଆଣିଛନ୍ତି ସିଏଜି ରାଜନୈତିକ ଚାପରେ କାମ କରୁଛନ୍ତି । ସିଏଜି ରାଜନୀତି କରିବା ବନ୍ଦ କରି, ନେତାଙ୍କୁ ରାଜନୀତି କରିବାକୁ ଦିଅନ୍ତୁ ବୋଲି କେଜରିୱାଲ କହିଛନ୍ତି । ଦିଲ୍ଲୀ ବାହାରେ ଦିଲ୍ଲୀ ସରକାର ଦେଇଥିବା ବିଜ୍ଞାପନ ନେଇ ସିଏଜି ରିପୋର୍ଟରେ ପ୍ରଶ୍ନ କରାଯାଇଛି ।
ତେଣୁ ଏହାର ଉତର ଦେଇ କେଜରିୱାଲ କହିଛନ୍ତି, ଏମିତି କିଛି ନିୟମ ନାହିଁ ଯେ ଗୋଟିଏ ରାଜ୍ୟର ସରକାର ଅନ୍ୟ ରାଜ୍ୟରେ ବିଜ୍ଞାପନ ଦେଇ ପାରିବେ ନାହିଁ । କେନ୍ଦ୍ର ସରକାର ସମେତ, ବହୁ ରାଜ୍ୟ ସରକାରଙ୍କ ବିଜ୍ଞାପନ ଅଡିଟ ହେବା ଉଚିତ । ହେଲେ ଏହାକୁ ନେଇ ସିଏଜି ରାଜନୀତି କରିବା ଠିକ୍ ନୁହେଁ ।
ହରିୟାଣା, ୟୁପି, ସମେତ ବହୁ ରାଜ୍ୟ ଦିଲ୍ଲୀରେ ବିଜ୍ଞାପନ ଦେଉଛନ୍ତି । ହେଲେ ସେ ସବୁ ରାଜ୍ୟ ସରାକଙ୍କ ବିଜ୍ଞାପନକୁ କାହିଁକି ଅଡିଟ କରୁ ନାହାନ୍ତି । ଆଉ କେବଳ ଦିଲ୍ଲୀ ସରକାରଙ୍କ ବିଜ୍ଞାପନକୁ କାହିଁକି ଅଡିଟ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି କେଜରିୱାଲ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/03/99.jpg)