କନକ ବ୍ୟୁରୋ : ବିଜେଡିରେ ଯୋଗ ଦେଇଛନ୍ତି ମୁମ୍ବାଇର ବହୁଚର୍ଚ୍ଚିତ ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ । ବାର୍ ବଷ୍ଟର ଭାବେ ମୁମ୍ବାଇରେ ଖ୍ୟାତି ଅର୍ଜନ କରିଥିବା ଅରୂପ ପଟ୍ଟନାୟକ ଭାରତୀୟ ପୋଲିସ ସେବାରୁ ଅବସର ନେବା ପରେ ରାଜନୀତିରେ ଆରମ୍ଭ କରିଛନ୍ତି କ୍ୟାରିୟର । ନବୀନ ନିବାସରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି ଅରୂପ । ନବୀନ କହିଛନ୍ତି, ଦଳରେ ଅରୂପ ଯୋଗଦେବା ଫଳରେ ବିଜେଡି ଲାଭବାନ ହେବ ।
ସେହିପରି ଅରୂପ ପଟ୍ଟନାୟକ କହିଛନ୍ତି, ଓଡ଼ିଶାରେ କାମ କରିବାର ସୁଯୋଗ ପାଇଛି, ଦଳର ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବି । ୬୩ ବର୍ଷିୀୟ ଅରୂପ ପଟ୍ଟନାୟକ ମହାରାଷ୍ଟ୍ର ଆଇପିଏସ କ୍ୟାଡରର ଜଣେ ଜଣାଶୁଣା ଅଫିସର ଥିଲେ । ମୁମ୍ବାଇର ପୋଲିସ କମିଶନର ଥିବାବେଳେ ଅରୂପ ଅନେକ ପ୍ରଂଶସନୀୟ କାମ କରିଛନ୍ତି । ମୁମ୍ବାଇର ପୋଲିସ କମିଶନର ହେବାରେ ସେ ଥିଲେ ପ୍ରଥମ ଓଡିଆ । ନିଜର ୩୬ ବର୍ଷର କ୍ୟାରିୟର ମଧ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ ଅରୂପଙ୍କୁ ରାଷ୍ଟ୍ରପତିଙ୍କ ପୋଲିସ ମେଡାଲ ମଧ୍ୟ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-18-at-9.42.28-PM.png)