ଦୃଢ଼ ଇଚ୍ଛାଶକ୍ତି ବଳରେ ଅସମ୍ଭବ ବି ସମ୍ଭବ ହୋଇପାରେ ! ଗୋଟିଏ ଗୋଡ଼ ହରାଇବା ପରେ ମଧ୍ୟ ଏଭରେଷ୍ଟ ଚଢ଼ିଲେ ମହିଳା ଭଲିବଲ ଖେଳାଳି

42

କୁହାଯାଏ ଅଦମ୍ୟ ଇଚ୍ଛା ଶକ୍ତି ବଳରେ ସବୁ କିଛି ସମ୍ଭବ । ନିଜ ଉପରେ ଆତ୍ମ ବିଶ୍ୱାସ ହିଁ ସବୁ କିଛି କରିବାରେ ସାହାଯ୍ୟ କରେ । ଏମିତି ହୋଇଛି ଭଲିବଲ ଖେଳାଳି ଅରୁଣିମା ସିହ୍ନାଙ୍କ ସହ । ୨୦୧୧ରେ ଜାତୀୟ ସ୍ତରର ଭଲିବଲ ଖେଳାଳି ଅରୁଣିମାଙ୍କୁ କିଛି ଗୁଣ୍ଡା ଚଳନ୍ତା ଟ୍ରେନରୁ ଠେଲି ଦେଇଥିଲେ । ଅସହନୀୟ ପୀଡ଼ା ସହ ସେ ପୁରା ରାତି ରେଳ ଧାରଣାରେ ପଡ଼ିରହିଥିଲେ । ପୀଡ଼ାରେ ଛଟପଟ ହେଲେ ମଧ୍ୟ ସାହାଯ୍ୟ କରିବ ପାଇଁ ତାଙ୍କ ପାଖରେ କେହି ନଥିଲେ । ଏହି ଦୁର୍ଘଟଣାରେ ଅରୁଣିମା ଏକ ଗୋଡ଼ ହରାଇଥିଲେ ।

ଏପରିି ଭୟଙ୍କର ଦୁର୍ଘଟଣା ଜଣେ ଖେଳଳି ପାଇଁ ନିହାତି ଦୁର୍ଭାଗ୍ୟଜନକ । ଜଣେ ମଣିଷ ସହ ଏପରି ହେବା ଦ୍ୱାରା ଶାରୀରିକ ପୀଡ଼ା ସହ ମାନସିକ ସନ୍ତୁଳନ ବି ଅସ୍ଥିର ହୋଇଯିବ । କିନ୍ତୁ ଜଣେ ଖେଳାଳି ହିସାବରେ ଏବଂ ନିଜର ଖେଳୁଆଡ଼ ମନଭାବ ଯୋଗୁଁ ଏହି ଘଟଣାର ମାତ୍ର ୨ ବର୍ଷ ମଧ୍ୟେରେ ଦୁନିଆର ସବୁଠାର ଉଚ୍ଚ ସ୍ଥାନ ମାଉଂଟ ଏଭରେଷ୍ଟ ଚଢ଼଼ିବାରେ ସଫଳ ହୋଇଥିଲେ ଅରୁଣିମା । ଦୁନିଆର ସବୁଠାରୁ ଉଚ୍ଚ ପର୍ବତ ଚଢ଼଼ିବାରେ ପ୍ରଥମ ଦିବ୍ୟାଙ୍ଗ ମହିଳା ରୂପେ ଇତିହାସରେ ତାଙ୍କ ନାମ ନିଶ୍ଚିତ ସ୍ଥାନ ପାଇବ ।

ଜଣେ ଖେଳାଳି ପାଇଁ ପାଦ ହରାଇବା ଜୀବନ ହାରିବା ସଙ୍ଗେ ସମାନ । କିନ୍ତୁ ସବୁ ପ୍ରତିକୂଳ ପରିସ୍ଥିତିକୁ ଅତିକ୍ରମ କରି ଆଗକୁ ବଢ଼ିବା ସମସ୍ତଙ୍କ ପାଇଁ ସହଜସାଧ୍ୟ ନୁହେଁ । ସେ ତାଙ୍କ ଅନୁଭୂତି ବାଣ୍ଟି କହିଛନ୍ତି ଘଟଣା ଦିନ ମୁଁ ସାହଯ୍ୟ ପାଇଁ ଚିତ୍କାର କରୁଥିଲି, କିନ୍ତୁ ଚିତ୍କାର ଶୁଣିବା ପାଇଁ କେହି ନଥିଲେ । ଟ୍ରେନର ବିକଟାଲ ଶବ୍ଦରେ ମୋ ଚିତ୍କାର ଏକାକାର ହୋଇ ଯାଉଥିଲା । ମୂଷାମାନେ ଆଘାତପ୍ରାପ୍ତ ଗୋଡ଼କୁ କାଟିବା ପାଇଁ ଚେଷ୍ଟା କରୁଥିଲେ । ସାରା ରାତି ମୁଁ ଅସହନୀୟ କଷ୍ଟ ସହିଥିଲି ।

ସକାଳ ହେବା ପରେ କିଛି ସ୍ଥାନୀୟ ଲୋକ ଅରୁଣିମାଙ୍କୁ ଦେଖିପାରି ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୀର୍ଘ ୪ ମାସ ଧରି ତାଙ୍କର ଚିକିତ୍ସା ହୋଇଥିଲା । ହସ୍ପିଟାଲ ବେଡ଼ରେ ହିଁ ସେ ସଂକଳ୍ପ ନେଇଥିଲେ ସେ ମାଉଂଟ ଏଭେରେଷ୍ଟ ଚଢ଼ିବେ । ଦୁର୍ଘଟଣା ପରେ ଅରୁଣିମା ଯେପରି ଅବସ୍ଥାରେ ଥିଲେ , ସେ ହାତ ଗୋଡ଼ ହଲାଇବା ମଧ୍ୟ କଷ୍ଟକର ଥିଲା । କିନ୍ତୁ ଦୃଢ଼ ଇଚ୍ଛାଶକ୍ତି ରଖୁଥିବା ଅରୁଣିମା ହାରି ନଯାଇ ଏଭରେଷ୍ଟ ଚଢ଼ିପା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇିଥିଲେ ଓ ସଫଳ ମଧ୍ୟ ହୋଇଥିଲେ । ଅରଣିମା କେବଳ ଏତିକି କହିବା ପାଇଁ ଚାହାନ୍ତି ଯଦି ତୁମେ ଲକ୍ଷ୍ୟ ଠିକ୍ ଥାଏ ତେବେ କୌଣସି ବାଧାବିଘ୍ନ ଆପଣଙ୍କୁ ରୋକି ପାରିବ ନାହିଁ ।