ଦୃଷ୍ଟିହୀନଙ୍କ ପାଇଁ ଆଧୁନିକ ଜ୍ଞାନ କୌଶଳରେ ଚଷମା ତିଆରି କଲେ ଛାତ୍ର ! ବିନା ବାଡିରେ ପାର କରିହେବ ରାସ୍ତା

54

ଆମ ଦେଶରେ ପ୍ରତିଭାର ଅଭାବ ନାହିଁ, ସେଥିପାଇଁ ତ ପ୍ରତିଦିନ ଛୋଟ ଛୋଟ ପିଲାମାନେ ଏମିତି ସବୁ କାମ କରୁଛନ୍ତି କି ପୁରା ଦୁନିଆରେ ଆମ ଦେଶ ସୁନାମ ଅର୍ଜନ କରୁଛି । ଏବେ ନିକଟରେ ଏକ ଖବର ଆସିଥିଲା ତାମିଲନାଡୁର ୧୦ମ ଶେଣ୍ରୀର ଜଣେ ଛାତ୍ର ଦୃହରୋଗ ଚିହ୍ନିବା ପାଇଁ ଏକ ଯନ୍ତ୍ର ତିଆରି କରିଛନ୍ତି । ଆଉ ଏବେ ଏମିତି ଆଉ ଏକ ପ୍ରତିଭାର ଉଦ୍ଭାବନା ହୋଇଛି ।

5ଖବର ଅନୁସାରେ ଅରୁଣାଚଳ ପ୍ରଦେଶର ଜଣେ ଛାତ୍ର ଏମିତି ଏକ ଚଷମା ତିଆରି କରିଛନ୍ତି ଯାହା ସାହାଯ୍ୟରେ ଦୃଷ୍ଟିହୀନମାନେ ବିନା ବାଡି ସହାୟତାରେ ରାସ୍ତା ପାର କରିପାରିବେ । ଖବର ଅନୁସାରେ ଏକାଦଶ ଶ୍ରେଣୀର ଛାତ୍ର ଅନଙ୍ଗ ତଦାର, ପାର୍କିଙ୍ଗ ସେନସର କୌଶଳକୁ ଉପଯୋଗ କରି ଏକ ଚଷମା ତିଆରି କରିଛନ୍ତି, ଯାହା ଦୃଷ୍ଟିହୀନଙ୍କୁ ବହୁତ ସାହାଯ୍ୟ କରିବ । ସେ ଲମ୍ବା ସମୟ ଧରି ଏହି ପ୍ରୋଜେକ୍ଟ ଉପରେ କାମ କରୁଥିଲେ ।

ଏହି ନିଆରା ଚଷମାର ନାଁ ରଖିଛନ୍ତି “ଗଗଲ ଫର ବ୍ଲାଇଣ୍ଡ” । ଏହି ଚଷମାକୁ ବ୍ୟବହାର କରି ଦୃଷ୍ଟିହୀନଙ୍କୁ ଆଗକୁ ବଢିବା ପାଇଁ ସୁବିଧା ହେବ । ଅନଙ୍ଗ ତଦାର ନିକଟରେ ଗୁଆହାଟୀରେ ଆୟୋଜିତ ହୋଇଥିବା ସାଇନ୍ସ ଫେଷ୍ଟିଭାଲରେ ଏହି ଚଷମାର ପ୍ରଦର୍ଶନ କରିଥିଲେ । ଏହାସହ ସେ କହିଛନ୍ତି ଏହି ଚଷମା ଏମିତି କୌଶଳରେ ତିଆରି ହୋଇଛି କି ଯଦି କୌଣସି ବଡ ଜିନିଷ ସାମ୍ନାକୁ ଆସିବ ତେବେ ଚଷମାର ବିପ ଅନ ହୋଇଯିବ, ଯାହାଦ୍ୱାରା ବ୍ୟକ୍ତି ସଚେତନ ହୋଇଯିବ ।