ମୃତ ସୈନ୍ୟଙ୍କ ଶବ କାର୍ଡବୋର୍ଡ ବାକ୍ସରେ ପଠାଇବା ପ୍ରଥା ବିରୋଧୀ : ସେନା

60

କନକ ବ୍ୟୁରୋ : ତଓ୍ଵାଙ୍ଗ୍ ଠାରେ ଘଟିଥିବା ହେଲିକପ୍ଟର୍ ଦୁର୍ଘଟଣାରେ ମୃତ ସାତ ଜଣ ସେନା ଅଧିକାରୀଙ୍କ ଛିନ୍ନବିଚ୍ଛିନ୍ନ ଶବ ସବୁକୁ କାର୍ଡବୋର୍ଡ ବାକ୍ସେ ପଠାଯାଇଥିବା କଥା ଜଣାପଡ଼ିବା ପରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାରେ ମର୍ମାହତ ହୋଇ ଥିବା ସେନା ଟୁଇଟରେ ଉଲ୍ଲେଖ କରିଛି କି, ନିହତ ସୈନିକମାନଙ୍କୁ ପୂର୍ଣ୍ଣ ସାମରିକ ସମ୍ମାନ ମିଳୁନାହିଁ  । ଶବଗୁଡିକୁ ଆବୃତ କରିବା ପ୍ରଥା ବିରୋଧୀ  ।

ମାତୃଭୂମି ଭାରତର ସେବା ନିମନ୍ତେ ଗତକାଲି ଗୋଡ଼ କାଢ଼ି ଥିଲେ ସାତ ଜଣ ଯୁବକ । କେମିତି ସେମାନେ ଘରକୁ ଫେରିଲେ ସେ ସବୁର ଚିତ୍ର ସହ ଟୁଇଟ୍ କରିଛନ୍ତି ପୂର୍ବତନ ନର୍ଦନ୍ ଆର୍ମି କମାଣ୍ଡର୍ ଲେଫ୍ଟନାଣ୍ଟ୍ ଜେନେରାଲ ଏଚ୍.ଏସ୍. ପନାଗ୍ । ଏ ମାମଲାରେ ପ୍ରତିକ୍ରିୟା ପ୍ରକାଶ କରି ଆର୍ମିର ଆଡି ନାଲ୍ ଡାଇରେକ୍ଟୋରେଟ୍ ଜେନେରାଲ୍ ଅଫ୍ ପବ୍ଲିକ୍ ଇନ୍ଫର୍ମେସନ୍ ଟୁଇଟ୍ କରିଛନ୍ତି ଯେ ବଡ଼ି ବ୍ୟାଗ୍ରେ ଶବାଧାର ରହିଛି, କାଠ ବାକ୍ସ ଏବଂ କଫିନ୍ ଯୋଗାଇ ଦିଆଯିବ। ନିହତ ସୈନିକମାନଙ୍କୁ ସର୍ବଦା ପୂର୍ଣ୍ଣ ସାମରିକ ସମ୍ମାନ ଦିଆ ଯାଇଥାଏ।

ଲେଫ୍ଟନାଣ୍ଟ୍ ଜେନେରାଲ (ଅବସରପ୍ରାପ୍ତ) ପନାଗ କହଛନ୍ତି, ଆଳଙ୍କାରିକ କଫିନ୍ ନ ମିଳିବା ପର୍ଯ୍ୟନ୍ତ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଶବ ସବୁକୁ ଉଚିତ ମିଲିଟାରି ବ୍ୟାଗ୍ରେ ଅଣାଯିବା କଥା । ଫଟୋ ପ୍ରଘଟ ହେବା ପରେ ବହୁ ଲୋକ ମଧ୍ୟ ଟୁଇଟର୍ରେ ସେମାନଙ୍କ କ୍ଷୋଭ ପ୍ରକାଶ କରିଛନ୍ତି । ଅରୁଣାଚଳ ପ୍ରଦେଶର ତାଓ୍ଵାଙ୍ଗ୍ ଠାରେ ଶୁକ୍ରବାର ସକାଳେ ଏମ୍ଆଇ-୧୭ ଭି୫ ହେଲିକପ୍ଟର୍ ଧ୍ୱଂସ ହେବାରୁ ପାଞ୍ଚ ଜଣ ଆଇଏଏଫ୍ କର୍ମଚାରୀଙ୍କ ସମେତ ଦୁଇ ଜଣ ପାଇଲଟ୍ ନିହତ ହୋଇଥିଲେ ।