ଚିକେନ୍ କିମ୍ବା ଅଣ୍ଡା ଖାଇଲେ ବ୍ୟାପୁନି କରୋନା ଭାଇରସ୍ : ଗୁଜବ ଉପରେ ବିଶ୍ୱାସ ନକରିବାକୁ କୃଷିମନ୍ତ୍ରୀଙ୍କ ଅନୁରୋଧ

1,102

କନକ ବ୍ୟୁରୋ : କରୋନାକୁ ନେଇ ଅନେକ ଗୁଜବ ହେଉଛି । ଫଳରେ ଶସ୍ତାରେ କୁକୁଡ଼ା ବିକ୍ରି ହେଉଛି । କୁକୁଡା ଖାଇଲେ କରୋନା ବ୍ୟାପିବ ବୋଲି ଅପ୍ରଚାର ହେବା ପରେ ଭୁଷୁଡି ଯାଇଛି କୁକୁଡା ଚାଷ । ରୋଜଗାର ହରାଉଛନ୍ତି କୁକୁଡା ଚାଷୀ ଓ ବ୍ୟବସାୟୀ । ତେଣୁ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ । ଚିକେନ୍ ଓ ଅଣ୍ଡା ଖାଇବା ଦ୍ୱାରା କରୋନା ବ୍ୟାପୁନି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ ଆଜି ସୂଚନା ଦେଇଛନ୍ତି ।

କୁକୁଡ଼ା ଖାଇବା ଦ୍ୱାରା କରୋନା ଭୂତାଣୁ ବ୍ୟାପୁନି । ଗୁଜବକାରୀ କେବଳ ଗୁଜବ ସୃଷ୍ଟି କରୁଛନ୍ତି । ଫଳରେ ଅକାରଣରେ କୁକୁଡ଼ା ଚାଷୀ କ୍ଷତି ସହୁଛନ୍ତି । କିଛିଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଠାରୁ ଆରମ୍ଭ କରି ରାଜ୍ୟ ଡିଏମଇଟି କହିଥିଲେ ଯେ କୁକୁଡା ଖାଇଲେ କରୋନା ବ୍ୟାପିବ ନାହିଁ । ହେଲେ ଲୋକଙ୍କ ଭିତରେ କରୋନାକୁ ନେଇ ଥିବା ଭୟ ଯୋଗୁଁ କୁକୁଡାଙ୍କୁ ବିଲରେ ଛାଡି ଦେବା ଭଳି ଚିତ୍ର ଦେଖିବାକୁ ମିଳିଥିଲା । କରୋନା ଭୟରେ କୁକୁଡା ଫାର୍ମ ଖାଲି ହୋଇଯାଇଛି ଓ ବିଲରେ କୁକୁଡା ବୁଲୁଛନ୍ତି ।

ମଣିଷ ସଂସ୍ପର୍ଷରେ ଆସିଲେ ଅନ୍ୟ ଜଣକୁ ବ୍ୟାପୁଛ କରୋନା । ଏଥିପାଇଁ ଫେସ୍ ମାସ୍କ ଓ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଉଛି । ଚିକେନକୁ ଭଲଭାବେ ରୋଷେଇ କରି ଖାଆନ୍ତୁ । କୃଷିମନ୍ତ୍ରୀ ଅରୁଣ ସାହୁ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଅନୁରୋଧ କରି କହିଛନ୍ତି , ଏପରି ଗୁଜବରୁ ଦୂରେଇ ରହୁନ୍ତୁ । କୁକୁଡ଼ା ଅଣ୍ଟା ଓ ମାଛ ମାଂସ ଦ୍ୱାରା ଖାଇବାରେ କୌଣସି ଅସୁବିଧା ନାହିଁ ।