କନକ ବ୍ୟୁରୋ : ରାଜ୍ୟରେ କାଳିଆ ଯୋଜନାରେ ୪୫ ହଜାର ୯୬୫ ଜଣ ହିତାଧିକାରୀଙ୍କୁ ଅଯୋଗ୍ୟ ଭାବେ ଚିହ୍ନଟ କରାଯାଇଛି । ବିଧାନସଭାରେ ଏକ ଅଣତାରକା ପ୍ରଶ୍ନର ଉତ୍ତର କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ ଏହି ଉତ୍ତର ଦେଇଛନ୍ତି । କାଳିଆ ଯୋଜନାରେ ରାଜ୍ୟରେ ପ୍ରଥମ କିସ୍ତିରେ ପାଇଥିବା ହିତାଧିକାରୀଙ୍କ ସଂଖ୍ୟା ୫୧ ଲକ୍ଷ ୫ ହଜାର ୨ଶହ ୯୦ ବୋଲି ଜଣାପଡିଛି ।
ତେବେ ଏହି ତଥ୍ୟ ଆସିବା ପରେ ମନ୍ତ୍ରୀ କାଳିଆ ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଦେଇଥିବା ୨ଟି ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ମନ୍ତ୍ରୀ କହିଥିଲେ ରାଜ୍ୟରେ ୩ ଲକ୍ଷ ୪୧ ହଜାର ଅଯୋଗ୍ୟ ହିତାଧିକାରୀ ଅଛନ୍ତି । ଏହା ପରେ ତଥ୍ୟକୁ ନେଇ ସରକାରଙ୍କ ଉପରେ ଚାପ ସୃଷ୍ଟି କରିଥିଲେ ବିରୋଧୀ । ଆଉ ଏବେ ଭିନ୍ନ ତଥ୍ୟ ପ୍ରଦାନ କରିଛନ୍ତି । ଏହାପରେ ବଡ ପ୍ରଶ୍ନ ଉଠିଛି, କେଉଁ ତଥ୍ୟ ସତ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/KALIAAA_00128.png)