ଅରୁଣ ଜେଟଲୀ ହେଲେ ପ୍ରତିରକ୍ଷା ମନ୍ତ୍ରୀ ! ମନୋହର ପାରିକରଙ୍କ ସ୍ଥାନରେ ତୁଲାଇବେ ଦାୟିତ୍ୱ

32

କନକ ବ୍ୟୁରୋ : ଅରୁଣ ଜେଟଲୀ ହେଲେ ପ୍ରତିରକ୍ଷା ମନ୍ତ୍ରୀ । ଆଜି ପ୍ରତିରକ୍ଷା ମନ୍ତ୍ରାଳୟର ଦାୟିତ୍ୱ ନେବେ ଜେଟଲୀ । ମନୋହର ପାରିକରଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ଗୁରୁତ୍ୱପୂର୍ଣ ଅର୍ଥ ମନ୍ତ୍ରାଳୟ ସହ ପ୍ରତିରକ୍ଷା ମନ୍ତ୍ରାଳୟର ଅତିରିକ୍ତ ଦାୟିତ୍ୱ ମଧ୍ୟ ଜେଟଲୀଙ୍କ କାନ୍ଧରେ ପଡିଛି । ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ନୋଟିସ୍ ଜାରି ହୋଇଛି ।

ପ୍ରତିରକ୍ଷା ମନ୍ତ୍ରୀ ପଦରୁ ମନୋହର ପାରିକରଙ୍କ ଇସ୍ତଫା ପରେ ଏହି ଦାୟିତ୍ୱ ଜେଟଲୀଙ୍କୁ ଦିଆଯାଇଛି । ଏନଡିଏ କ୍ଷମତାକୁ ଆସିବା ପରେ ପ୍ରଥମେ ଜେଟଲୀଙ୍କ ହାତରେ ରହିଥିଲା ପ୍ରତିରକ୍ଷା ବିଭାଗ । ତେଣୁ ଅଭିଜ୍ଞତା ଦୃଷ୍ଟିରୁ ପ୍ରତିରକ୍ଷା ଭଳି ଗୁରୁତ୍ୱପୂର୍ଣ ବିଭାଗ ପୁଣି ଥରେ ଜେଟଲୀଙ୍କୁ ସମ୍ଭାଳିବାକୁ ପଡିଛି ।