‘ମୋଦି ହେ ତୋ ମୁମକିନ୍ ହେ’ ! ୨୦୧୯ ଲୋକସଭା ନିର୍ବାଚନ ପାଇଁ ବିଜେପିର ନାରା

105

କନକ ବ୍ୟୁରୋ : ନିର୍ବାଚନ ତାରିଖ ଘୋଷଣା ପରେ ଭୋଟରଙ୍କୁ କିପରି ସାଧିବ ବିଜେପି ? କେଉଁ ନାରା ନେଇ ଲୋକଙ୍କ ପାଖରେ ପହଞ୍ଚିବ ବୋଲି ସମସ୍ତଙ୍କ ନଜର ଥିଲା । ପୂର୍ବ ଲୋକସଭା ନିର୍ବାଚନରେ ବିଜେପିର ଅନେକ ନାରା ଥିଲା । ସେଥିମଧ୍ୟରୁ ଲୋକପ୍ରିୟ ହୋଇଥିଲା ‘ଅବକି ବାର ମୋଦି ସରକାର’ । ଚଳିତ ଲୋକସଭା ନିର୍ବାଚନ ପାଇଁ ମଧ୍ୟ ବିଜେପିର ନାରା କ’ଣ ହେବ ନିଷ୍ପତ୍ତି ହୋଇସାରିଛଇ ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପିର ନୂଆ ନାରା “ମୋଦ ହେ ତୋ ମୁମକିନ ହେ” ବୋଲି ଗତକାଲି ପ୍ରକାଶ କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଜେଟଲୀ ଏଜେଣ୍ଡା ୨୦୧୯-ଭାଗ ୪ ବ୍ଲଗ ପୋଷ୍ଟରେ ଅରୁଣ ଜେଟଲୀ ଲେଖିଛନ୍ତି ମୋଦି ଗତ ପାଞ୍ଚ ବର୍ଷରେ ଲଗାତାର କାମ କରି ନିଜ ଦୃଢ ସଂକଳ୍ପକୁ ପ୍ରଦର୍ଶିତ କରିଛନ୍ତି । ଏହି ୫ ବର୍ଷରେ ମୋଦି ଜଟିଳ ମାମଲା ଗୁଡିକୁ ଦୃଢତାର ନିଷ୍ପତ୍ତି ନେବାର କ୍ଷମତା ପ୍ରଦର୍ଶନ କରିଛନ୍ତି ।

୨୦୧୯ରେ ଲୋକସଭା ନିର୍ବାଚନ ପାଇଁ ବିଜେପି ପ୍ରଚାର ବିଭାଗର ପ୍ରଭାରୀ ଅରୁଣ ଜେଟଲୀ କହିଛନ୍ତି ସବୁ ଭାରତୀୟ ମୋଦିଙ୍କୁ ଜଣେ କର୍ମଠ ନେତା ଭାବେ ଦେଖୁଛନ୍ତି । ସାରା ଦୂନିଆରୁ ଭାରତ ଉପରେ ନଜର ରଖୁଥିବା ଲୋକମାନେ ମୋଦିଙ୍କ ନିର୍ଣ୍ଣୟ ନେବା ଏବଂ ତାକୁ ଲାଗୁ କରିବାର ପ୍ରକ୍ରିୟାକୁ ଲୋକମାନେ ଅନୁଭବ କରୁଛନ୍ତି । ଏଥିପାଇଁ ଆସନ୍ତା ନିର୍ବାଚନ ପାଇଁ ବିଜେପି “ମୋଦି ହେ ତୋ ମୁମକିନ ହେ” ନାରାକୁ ଚୟନ କରିଛି ।  ଏହାସହ ଜେଲଟି କେନ୍ଦ୍ର ସରକାରଙ୍କ କିଛି ଲୋକକଲ୍ୟାଣ ଯୋଜନା ବିଷୟରେ ଆଲୋଚନା କରିଛନ୍ତି । ବିଗତ ୫ ବର୍ଷରେ ସାରା ବିଶ୍ୱରେ ସବୁଠାରୁ ଅଧିକ ବଢ଼ୁଥିବା ଅର୍ଥବ୍ୟବସ୍ଥା ହୋଇଛି ।