କନକ ବ୍ୟୁରୋ : ଆର୍ମି ଅଫିସରଙ୍କ ଆତ୍ମହତ୍ୟା ସନ୍ଦେହ । ଝାରଗୁଡା ସହର ମୁଖ୍ୟ ରାସ୍ତାରେ ଥିବା ଏକ ହୋଟେଲରୁ ଆର୍ମି ଅଫିସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୋଲିସର ତଦନ୍ତରୁ ଜଣାପଡିଛି ମୃତ ଆର୍ମି ଅଫିସର ଜଣଙ୍କ ସିକିମ୍ ରେଜିମେଂଟ ୪୪ ନମ୍ବର ବାଟାଲିୟନର ନାଏବ ସୁବେଦାର ସିବନାପ୍ପା ସିଦ୍ଧାପ୍ପା ୱାରି । ତାଙ୍କ ଘର କର୍ଣ୍ଣାଟକର ବେଲଗାଓଁ ଜିଲ୍ଲାରେ ବୋଲି ଜଣାପଡିଛି । ହୋଟେଲ ମାନେଜରଙ୍କ କହିବା ଅନୁସାରେ ସିବନାପ୍ପା ଗତ ୨ ତାରିଖରୁ ଆସି ନିଜ ପରିଚୟ ପତ୍ର ଦେଇ ହୋଟେଲରେ ରହୁଥିଲେ ।
ତେବେ ଗତ ବୁଧବାର ଅପରାହ୍ନରେ ହୋଟେଲ କର୍ମଚାରୀଙ୍କୁ ସିବନାପ୍ପାଙ୍କ ଝୁଲନ୍ତା ମୃତଦେହ ତାଙ୍କ କୋଠରୀରେ ମିଳିଥିଲା । କୋଠରୀର କବାଟ ଭିତରୁ ବନ୍ଦ ନଥିବାରୁ ହୋଟେଲ କର୍ମଚାରୀ ଭିତରକୁ ଯାଇ ଦେଖିଥିଲେ । ଏହାପରେ ହୋଟେଲ କତୃପକ୍ଷ ପୋଲିସକୁ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି । ତେବେ ସିବନାପ୍ପା କାହିଁକି ଓଡିଶା ଆସିଥିଲେ । କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଥିଲେ, ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କର ହତ୍ୟା ହୋଇଛି, ସେନେଇ ପୋଲିସ ତଦନ୍ତ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/suicide_by_hanging_resources1_16a0853bfa9_large.jpg)