ମହିଳା ଯବାନଙ୍କ ପରାକ୍ରମରେ ଥରହର ଶତ୍ରୁ ଦେଶ । ହାତରେ ବନ୍ଧୁକ, ଦେହରେ ସେନାର ବର୍ଦ୍ଦି, ମନରେ ଶତସିଂହର ବଳ । ଏବେ ନାରୀ ଶକ୍ତି ହାତରେ କାଶ୍ମୀରର ସୁରକ୍ଷା ଭାର । ଷଡ଼ଯନ୍ତ୍ରର କଡ଼ା ଜବାବ ଦେବେ, ଶତ୍ରୁକୁ ନିପାତ କରିବେ

453

କନକ ବ୍ୟୁରୋ : ହାତରେ ବନ୍ଧୁକ, ଦେହରେ ସେନାର ବର୍ଦ୍ଦି, ମନରେ ଶତସିଂହର ବଳ । ଶତ୍ରୁ ଛାତିରେ ତାଣ୍ଡବ କରିବେ ନାରୀଶକ୍ତି । ପରାକ୍ରମୀ ମହିଳା ଯବାନଙ୍କ ହାତରେ ଦେଶର ସୁରକ୍ଷା କମାଣ । ଏଲଓସିରେ ପ୍ରଥମ ଥର ପାଇଁ ମୁତୟନ ହେଲେ ମହିଳା ଯବାନ । କାଶ୍ମୀରକୁ ଟାର୍ଗେଟ କରି ବାରମ୍ବାର ରକ୍ତପାତ ଘଟାଇବାକୁ ଚେଷ୍ଟା କରୁଥିବା ଆତଙ୍କୀଙ୍କୁ ନିପାତ କରିବେ ମହିଳା ଯବାନ୍ । ଦେଶ ଉପରକୁ ଆଖି ଉଠାଇ ଚାହିଁଲେ ଦୁର୍ଗା ରୂପନେଇ ଶତ୍ରୁକୁ ଦମନ କରିବେ । କେବଳ ଯେ ଆତଙ୍କବାଦୀଙ୍କୁ ନିପାତ କରିବେ ତା’ ନୁହେଁ ସୀମାରେ ହେଉଥିବା କ୍ଷଚାରାଚାଲାଣ ଉପରେ ମଧ୍ୟରେ କଡ଼ା ନଜର ରଖିବେ ।

କାଶ୍ମୀରରେ ପ୍ରଥମ ଥର ପାଇଁ ନିୟୋଜିତ ହେଲେ ମହିଳା ଯବାନ୍ । କୁପୱାଡ଼ା ଜିଲ୍ଲାର ଟଙ୍କଧର ସେକ୍ଟର ଏଏଓସି ନିକଟବର୍ତ୍ତ ଅଞ୍ଚଳରେ ମହିଳା ଯବାନଙ୍କୁ ନିୟୋଜିତ କରିଛି ଭାରତୀୟ ସେନା । ସୁରକ୍ଷା ଦୃଷ୍ଟିରୁ ଏହି ପୋଷ୍ଟ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି ପୋଷ୍ଟ ପାର କଲେ ପଡ଼ିଲ ଏଲଓସି । ବର୍ତ୍ତମାନ ନାରୀ ଶକ୍ତିଙ୍କୁ ନର୍ଥ କାଶ୍ମୀରକୁ ଡେପୁଟେସନରେ ପଠାଯାଇଛି । ପୁରା ଅଞ୍ଚଳ ଉପରେ ରହିବ ମହିଳା ଯବାନଙ୍କ କଡ଼ା ନଜର । ଫଳରେ ସେମାନେ ସୀମାବର୍ତ୍ତୀ ଅଞ୍ଚଳର ସମସ୍ତ ଆତଙ୍କବାଦୀ ଗତିବିଧି ଓ ବେଆଇନ୍ କାରବାର ବିଷୟରେ ଭଲଭାବେ ଅବଗତ ହୋଇପାରିବେ ।

ସେନାର ବର୍ଦ୍ଦି ପିନ୍ଧି ପୋଷ୍ଟରେ ମୁତୟନ ମହିଳା ଯବାନ ଏବେ ଏଲଓସି ଉପରେ କଡ଼ା ନଜର ରଖିଛନ୍ତି । ସୀମାରେ ଶତ୍ରୁ ଦେଶ ପଟୁ ବେଆଇନ୍ ଅସ୍ତ୍ରଶସ୍ତ୍ର ଓ ଚୋରା କାରବାରୀକୁ ଧରିବେ ନାରୀଶକ୍ତି । ମହିଳାଙ୍କୁ ଆୟୁଧ କରି ସୀମାପାର ଷଡ଼ଯନ୍ତ୍ର ରଚୁଛି ପାକିସ୍ତାନ । ଏବେ ବର୍ଦ୍ଦିଧାରୀ ମହିଳା ଯବାନଙ୍କ ପାଇଁ ସୀମାରେ ଶତ୍ରୁ ଦମନ ସହ ଚୋରା କାରବାର ଉପରେ ବି ନଜର ରଖିବେ ।