ଅର୍ଜୁନ ରାମପାଲଙ୍କ ପାଇଁ ପତ୍ନୀ ମେହେର ଓ ସୁଜୈନ ଖାନଙ୍କ ମଧ୍ୟରେ ଝଗଡା ! ପାର୍ଟିରେ ଉଭୟେ କଲେ ଜୋରଦାର ହଙ୍ଗାମା

39

ସିିନେମାରୁ ଦୂରେଇ ଯାଇଥିବା ବଲିଉଡ ଅଭିନେତା ଫରଦୀନ ଖାନ କିଛି ଦିନ ପୂର୍ବରୁ ନିଜର ଜଣେ ବନ୍ଧୁ ଆଦିତ୍ୟ ଗରବାରେ ଓ ରେଣୁ ଚେନାନୀଙ୍କ ପାଇଁ ବିବାହ ପୂର୍ବରୁ ଏକ ପାର୍ଟିର ଆୟୋଜନ କରିଥିଲେ । ଏହି ପାର୍ଟିରେ ସୋନାକ୍ଷୀ ସିହ୍ନା, ସୋହେଲ ଖାନ, ସୁଜୈନ ଖାନ, ଜାୟେଦ ଖାନ, ଚଙ୍କି ପାଣ୍ଡେ ଆଦି ବଲିଉଡର ବଡ ବଡ ତାରକା ମାନେ ଯୋଗ ଦେଇଥିଲେ ।

ଏହି ପାର୍ଟି ଗତ ମାସରେ ଆୟୋଜିତ ହୋଇଥିଲା । ପାର୍ଟିରେ ସମସ୍ତେ ସେଲ୍ଫି ନେବା ସହ ଖୁସିରେ ଡ୍ୟାନ୍ସ ମଧ୍ୟ କରୁଥିଲେ । ଏହି ସମୟରେ ପାର୍ଟିରେ କିଛି ଏପରି ଘଟଣା ଘଟିଥିଲା ଯାହାଦ୍ୱାରା ପାର୍ଟିର ମାହୋଲ ଖରାପ ହୋଇଗଲା । ପାର୍ଟିରେ ହ୍ରିତିକ ରୋଶନଙ୍କ ପତ୍ନୀ ସୁଜୈନ ଖାନ ଓ ଅର୍ଜୁନ କପୁରଙ୍କ ସ୍ତ୍ରୀ ମେହେର ଉପସ୍ଥିତ ଥିଲେ । ହଠାତ ପାର୍ଟିରେ ଉଭୟଙ୍କ ମଧ୍ୟରେ ଅର୍ଜୁନକୁ ନେଇ ଝଗଡା ଆରମ୍ଭ ହୋଇ ଯାଇଥିଲା ।

ପାର୍ଟିରେ ସମସ୍ତେ ଉଭୟଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଉଭୟେ କାହରି କଥା ଶୁଣି ନଥିଲେ । ଅଧା ଘଂଟା ପର୍ଯ୍ୟନ୍ତ ପାର୍ଟିରେ ଚାଲିଥିଲା ଉଭୟଙ୍କ ମଧ୍ୟରେ ବାକବିତଣ୍ଡା । ଏହପରେ ମେହେର ପାର୍ଟି ଛାଡିି ଚାଲି ଯାଇଥିଲେ । ଉଭୟଙ୍କ ମଧ୍ୟରେ ସେବବେଠାରୁ ମନେମାଳିନ୍ୟ ଚାଲିଛି ଯେବେଠାରୁ ଅର୍ଜୁନ ଓ ସୁଜୈନଙ୍କ ଏକ୍ସଟ୍ରା ମ୍ୟାରିଟାଲ ଆଫେୟାର ଖବର ଆସିଥିଲା । ସେବେଠାରୁ ଉଭୟେ ଉଭୟଙ୍କୁ ବିଲକୁଲ ପସନ୍ଦ କରନ୍ତି ନାହିଁ ବୋଲି ଜଣାପଡିଛି ।