ବେଆଇନ ଜିମ୍ ନିର୍ମାଣ ପାଇଁ ଅର୍ଜୁନ କପୁରଙ୍କୁ ନୋଟିସ

26

ବଲିଉଡ ଅଭିନେତା ଅର୍ଜୁନ କପୁର ନିଜ ଘର ପାଇଁ ପୁଣି ଥରେ ନୂଆ ବିବାଦରେ ଫସିଛନ୍ତି । ପ୍ରକୃତ କଥା ହେଲା ଅର୍ଜୁନଙ୍କ ଘର ଛାତରେ ତିଆରି ହୋଇଥିବା ବେଆଇନ ଜିମ୍ ପାଇଁ ମୁମ୍ବାଇ ମହାନଗର ପାଳିକା ତରଫରୁ ଏକ ନୋଟିସ ପଠାଯାଇଛି । ଅର୍ଜୁନ କପୁର ମୁମ୍ବାଇର ଜୁହୁ ସ୍ଥିତ ରହେଜା ଆର୍କିଡରେ ରୁହନ୍ତି । ବିଗତ ସପ୍ତାହରେ ହିଁ ଅର୍ଜୁନଙ୍କ ବିଲଡିଂରେ ଏହି ବେଆଇନ ଜିମ୍ ନିର୍ମାଣ ହୋଇଛି ବୋଲି ବିଏମସିକୁ ସୂଚନା ମିଳିଥିଲା । ନୋଟିସ ଅନୁସାରେ ଯଦି ଅର୍ଜୁନ ଆସନ୍ତା ସପ୍ତାହ ଭିତରେ ବେଆଇନ ନିର୍ମାଣକୁ ନଭାଙ୍ଗନ୍ତି ତେବେ ବିଏମସି ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବ ।