କଳିଙ୍ଗ ଷ୍ଟାଡ଼ିୟମରେ ଏ.ଆର ରେହମାନଙ୍କ ଜଲୱା !  ମନଛୁଆଁ ଗୀତରେ ଝୁମି ଉଠିଲେ ଦର୍ଶକ 

204

କନକ ବ୍ୟୁରୋ : ଉଦ୍ଘାଟନୀ ଉତ୍ସବର ଶେଷ ଆକର୍ଷଣ ଥିଲେ ଗ୍ରାମୀ ପୁରସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍. ରହମାନ୍ । ରେହମାନ୍ ଓ ତାଙ୍କ ସହ-କଳାକାରମାନଙ୍କ ମନଛୁଆଁ ଗୀତରେ ଝୁମି ଉଠିଥିଲେ ଦର୍ଶକ । ତାଙ୍କର ପ୍ରତିଟି ଉପସ୍ଥାପନା ପରେ କରତାଳିରେ ଫାଟି ପଡ଼ୁଥିଲା ଉଦ୍ଘାଟନୀ ସମାରୋହ ।

ଏ.ଆର୍.ରହମାନ୍ ପ୍ରଥମେ ‘ଦିଲ୍ ସେ ’ ଫିଲ୍ମର୍ ‘ଦିଲ ସେରେ..’ ଗୀତରୁ କାର‌୍ୟ୍ୟକ୍ରମ ଆରମ୍ଭ କରି ପରେ ପରେ ‘ରୋଜା’ ଫିଲ୍ମର ‘ଦିଲ୍ ହୈ ଛୋଟା ସାଟ୍ଟ’, ‘ବମ୍ବେ’ ଫିଲ୍ମର ‘ହୋ ଗଏ ହମ୍ ଔର ତୁମ୍ ..’, ସ୍ୱାଧୀନତାର ୫୦ ବର୍ଷ ପୂର୍ତ୍ତି ଅବସରରେ ପ୍ରସ୍ତୁତ ‘ ମା ତୁଝେ ସଲାମ୍, ବନ୍ଦେ ମାତରମ୍’, ‘ସ୍ଲମ୍ ଡଗ୍ ମିଲେନିୟମ’ର ‘ଜୟ ହୋ..’ ପରିବେଷଣ କରି ଉପସ୍ଥିତ ୪୦ ହଜାର ଦେଶୀ-ବିଦେଶୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ । ଶେଷରେ ସେ ହକି ବିଶ୍ୱକପ ଆନ୍ଥେମ୍ ‘ଜୟ ହିନ୍ଦ ହିନ୍ଦ..ଜୟ ଇଣ୍ଡିଆ..’ ପରିବେଷଣ କରି ମାହୋଲ୍କୁ ଜମାଇ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କଳିଙ୍ଗ ଷ୍ଟାଡିୟମ ଓଡ଼ିଶା ପୁରୁଷ ହକି ବିଶ୍ୱକପ୍ ଉଦଘାଟନ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ଅଭିନନ୍ଦନ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ବିଶ୍ୱକପରେ ଅଂଶଗ୍ରହଣ କରିଥିବା ଟିମ୍ଗୁ ଡ଼ିକୁ ଅଭିନନ୍ଦନ ଜଣାଇଛନ୍ତି । ଏହାବ୍ୟତୀତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ।