କନକ ବ୍ୟୁରୋ : ଭାରତୀୟ ବାୟୁସେନାର ବଢ଼ିଲା ଶକ୍ତି । ଭାରତୀୟ ବାୟୁସେନାରେ ଆଜି ସାମିଲ ହେଲା ଅତ୍ୟାଧୁନିକ ଆପାଚେ ହେଲିକପ୍ଟର । ଆପାଚେ ଏଏଚ ୬୪- ଇର ୮ଟି ହେଲିକପ୍ଟର ବାୟୁସେନାରେ ସାମିଲ ହୋଇଛି । ଦୁନିଆର ସବୁଠୁ ଲଢ଼ୁଆ ହେଲିକପ୍ଟର ଭାବେ ଏହାକୁ ଗ୍ରହଣ କରାଯାଇଥାଏ । ଆମେରିକା ସେନା ଏହି ଆପାଚେ ହେଲିକପ୍ଟର ବ୍ୟବହାର କରିଥାଏ । ଆଠଟି ଆପାଚେ ହେଲିକପ୍ଟର ବାୟୁସେନାରେ ସାମିଲ ହୋଇଛି । ଏହି ହେଲିକପ୍ଟର କିଣିବା ପାଇଁ ଭାରତ ଓ ଆମେରିକା ମଧ୍ୟରେ ୨୦୧୫ରେ ଚୁକ୍ତି ହୋଇଥିଲା । ବୋଇଙ୍ଗ କମ୍ପାନୀ ଠାରୁ ଏହିପରି ୨୨ଟି ଆପାଚେ ହେଲିକପ୍ଟର କିଣିବାକୁ ଭାରତ ଚୁକ୍ତି କରିଥିଲା । ଆସନ୍ତାବର୍ଷ ସୁଦ୍ଧା ଭାରତକୁ ସବୁ ହେଲିକପ୍ଟର ମିଳିଯିବ ।
ଆପାଚେ ହେଲିକପ୍ଟରର କ୍ଷମତା ?
ଆପାଚେ ହେଲିକପ୍ଟର ଦୁନିଆର ଅନ୍ୟତମ ଲଢୁଆ ଯୁଦ୍ଧବିମାନ ।
ଦୁଇ ସିଟ ବିଶିଷ୍ଟ ହେଲିକପ୍ଟରରେ ସଂଯୋଗ ହୋଇଛି କ୍ଷେପଣାସ୍ତ୍ର ।
ରାତିରେ ଅପରେସନ କରିପାରିବ ଆପାଚେ ।
ଆପାଚେର ଉଡାଣ କ୍ଷମତା ଘଂଟାପ୍ରତି ୩୬୫ କିଲୋମିଟର ।
ହେଲିକପ୍ଟରରେ ରହିଛି ୩୦ ଏମଏଲର ୨ଟି ବନ୍ଧୁକ ।
ଆପାଚେକୁ ଧରିପାରିବ ନାହିଁ ଶତ୍ରୁପକ୍ଷର ରାଡାର ।