ସେଲିବ୍ରେଟି ହୁଅନ୍ତୁ ଅଥବା ସାଧାରଣ ଲୋକ, ନିଜ ସ୍ୱପ୍ନର ଘର ଗଢି ତୋଳିବା ପାଇଁ ସମସ୍ତଙ୍କ ଇଚ୍ଚା ରହିଥାଏ । ବାହାଘର କିଛି ଦିନ ପରେ ଏବେ ବିରାଟ କୋହଲୀଙ୍କ ଡ୍ରିମହୋମର ଝଲକ ସାମ୍ନାକୁ ଆସିଛି । ଜୀବନସାଥୀ ଅନୁଷ୍କାଙ୍କ କ୍ୟାରିୟରକୁ ଆଖି ଆଗରେ ବିରାଟ କିଣିଛନ୍ତି ନିଜ ଡ୍ରିମ ହୋମ । ବିରାଟ୍ ଦିଲ୍ଲୀରେ ରହୁଥିଲେ ମଧ୍ୟ ଖାସ୍ ଅନୁଷ୍କାଙ୍କ ପାଇଁ ମୁମ୍ବାଇ ୱର୍ଲିରେ କିଣିଛନ୍ତି ଏକ ଘର । କୁହାଯାଉଛି ଜାନୁୟାରୀ ମାସରେ ବିରୁଷ୍କା ଗୃହପ୍ରବେଶ କରିବେ ।
ଲଭ ବାର୍ଡରୁ ଏବେ ମ୍ୟାରେଡ କପଲ ହୋଇଛନ୍ତି ମୋଷ୍ଟ ପପୁଲାର ସେଲିବ୍ରେଟି ବିରାଟ କୋହଲୀ ଓ ଅନୁଷ୍କା ଶର୍ମା । ସବୁ ଗସିପକୁ ପଛରେ ପକାଇ ସବୁଦିନ ପାଇଁ ଅନୁଷ୍କାଙ୍କ ହାତ ଧରିଛନ୍ତି ବିରାଟ । ଇଟାଲୀରେ ହୋଇଥିବା ଏମାନଙ୍କ ବିବାହକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜାରି ଥିବାବେଳେ ଏବେ ବିରୁଷ୍କାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆସିଛି କିଛି ରୋଚକ କଥା । ମୁମ୍ବାଇରେ ବିରାଟ୍ କିଣିଥିବା ନୂଆ ଫ୍ଲାଟର କିଛି ଫଟୋ ପୋଷ୍ଟ କରିଛି ବିସିସିଆଇ । ଯାହାକୁ ନେଇ ପୁଣିଥରେ ଚର୍ଚ୍ଚା ବଢ଼ିଛି ।
ନିଜ ଜୀବନସାଥୀ ଅନୁଷ୍କାଙ୍କ କ୍ୟାରିୟର ପାଇଁ ବିରାଟ କିଣିଛନ୍ତି ଏହି ବିଳାସପୂର୍ଣ୍ଣ ଫ୍ଲାଟ୍ । ମୁମ୍ବାଇ ୱର୍ଲିରେ ରହିଛି ଏହି ଘର । ୧୯୭୩ ଓମକାରା ଆପାର୍ଟମେଂଟରେ ୩୫ ତମ ମହଲାରେ ଏହି ଫ୍ଲାଟ୍ ରହିଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ରହିଛି ପ୍ରାୟ ୩୪କୋଟି ଟଙ୍କା । ଏହି ଘରେ ବାଲକୋନୀ ସାମ୍ନାରେ ରହିଛି କିଚେନ ସହ ଡାଇନିଂ ହଲ । ସବୁଠୁ ଆର୍କଷଣୀୟ ରହିଛି ସମୁଦ୍ର ସାମ୍ନାରେ ଥିବା ବିରୁଷ୍କାଙ୍କ ବାଲକୋନୀ । ବିଲଡିଂର ୩୫ ତମ ମହଲାରୁ ପୂରା ମୁମ୍ବାଇ ସହରର ମନଲୋଭା ଦୃଶ୍ୟର ମଜା ନେଇପାରିବେ ବିରୁଷ୍କା । ୨୦୧୮ ଜାନୁଆରୀରେ ଏହି ବହୁଚର୍ଚ୍ଚିତ ଯୋଡ଼ି ଗୃହପ୍ରବେଶ କରିବାର ଜଣାପଡ଼ୁଛି । ଯାହା ପୁଣି ଚର୍ଚ୍ଚାରେ ରଖିଛି ବିରୁଷ୍କାଙ୍କୁ ।
ଇଟାଲୀର ବିବାହା କାର୍ଯ୍ୟକ୍ରମ ଶେଷ କରି ଉଭୟ ବିରାଟ ଓ ଅନୁଷ୍କାଙ୍କ ପରିବାର ଏବେ ମୁମ୍ବାଇ ଫେରିଛନ୍ତି । ତେବେ ଆସିନାହାନ୍ତି ନବବିବାହିତ ଦମ୍ପତି । ବିବାହ ପରର ଖାସ ସମୟକୁ ଏକାଠି କାଟିବା ପରେ ଖୁବଶିଘ୍ର ଫେରିବେ ବିରୁଷ୍କା ଓ ଫ୍ୟାନ ଦେଖି ପାରିବେ ଏହି ମିସେସ ଅନୁଷ୍କା ଶର୍ମା କୋହଲୀଙ୍କୁ । ତେବେ ଦୁହିଁଙ୍କ ହନିମୁନ୍ ପ୍ଲାନ୍ ଓ ନ୍ୟୁ ଇୟର୍ ସେଲିବ୍ରେସନ୍ ସମ୍ପର୍କରେ ଏବେ ଚର୍ଚ୍ଚା ଜାରି ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/12/virat-home-d.png)