ରିିପୋର୍ଟରଙ୍କ ମା’ଙ୍କ ଫୋନ ଉଠାଇବା ପାଇଁ ଅନୁଷ୍କା ଶର୍ମା ରୋକିଲେ ପ୍ରେସ କନଫରେନ୍ସ !

51

ଅନୁଷ୍କା ଶର୍ମାଙ୍କ ସିନେମା ‘ଫିଲୌରୀ’ ଖୁବ ଶୀଘ୍ର ବଡପରଦାକୁ ଆସୁଛି । ଏହା ବ୍ୟତୀତ ଅନୁଷ୍କା ଶର୍ମା ଆଉ ଏକ କାରଣ ଯୋଗୁଁ ଏବେ ଖୁବ ଚର୍ଚ୍ଚାରେ । ଏହା ଏମିତି ଏକ କାରଣ ଯେ କେହି ବିଶ୍ୱାସ କରିବେ ନାହିଁ କି ଅନୁଷ୍କା ଏପରି କରିଛନ୍ତି । ପ୍ରକୃତକଥା ହେଲା ଅନୁଷ୍କା ଶର୍ମା ଯେତେବେଳେ ‘ଫିଲୌରୀ’ ପାଇଁ ସାକ୍ଷାତକାର ଦେଉଥିଲେ ସେହି ସମୟରେ ଏକ ରିପୋର୍ଟରଙ୍କ ଫୋନ ରିଙ୍ଗ ହେଲା ଏବଂ ଫୋନରେ ଲେଖା ହୋଇଥିଲା ମାମା କଲିଂ ।

ଅନୁଷ୍କା ଏହା ଦେଖି ନିଜେ ହିଁ ଫୋନ ଉଠାଇ କଥା ହୋଇଥିଲେ । ଅନୁଷ୍କା ରିପୋର୍ଟରଙ୍କ ମାମାଙ୍କୁ କହିଲେ ଆଣ୍ଟି, ମୁଁ ଅନୁଷ୍କା କହୁଛି ଏବଂ ଆପଣଙ୍କ ଝିଅ ମୋର ଇଣ୍ଟରଭିଉ ନେଉଛନ୍ତି । ଇଣ୍ଟରଭିଉ ଶେଷ ହେବା ପରେ ସେ ଆପଣଙ୍କୁ କଲ କରିବେ । ଏତକି କହି ଅୁନୁଷ୍କା ଫୋନ ରଖିଦେଇଥିଲେ ଏବଂ ରିପୋର୍ଟରକୁ କହିଥିଲେ ଆଣ୍ଟି କହିଛନ୍ତି କଲ ବ୍ୟାକ କରିବ ।