କଳ୍ପନା-ବବଲି ଡବଲ ମର୍ଡର ଘଟଣାରେ ପୋଲିସ ପାଇଁ ବଢି ଚାଲିଛି ଅଡୁଆ : ଅନୁପ ସାଏ ବିରୋଧରେ ପ୍ରମାଣ ଯୋଗାଡ଼ କରିବା କଷ୍ଟକର ହେବା ଆଶଙ୍କା, ଏଯାଏଁ କାହାଣୀକୁ ଆଗକୁ ବଢାଇବା ପାଇଁ ସୁରାଗ ପାଉନି ପୋଲିସ

249

କନକ ବ୍ୟୁରୋ : କଳ୍ପନା ଦାସ ଓ ବବଲି ଦାସ ହତ୍ୟା ମାମଲାରେ ପୋଲିସ ପାଇଁ ଅଡୁଆ ବଢି ବଢି ଚାଲିଛି । କାରଣ ପୂର୍ବତନ ବିଧାୟକ ଅନୁପ ସାଏଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ପ୍ରମାଣ କରିବା ପୋଲିସ ପାଇଁ କଷ୍ଟକର ବ୍ୟାପାର ହୋଇପାରେ । ଅନୁପ ସାଏ ହିଁ ହତ୍ୟାକାରୀ ଏହାକୁ ପ୍ରମାଣ କରିବା ପାଇଁ ପୋଲିସ ତନାଘନା ତଦନ୍ତ ଚଳାଇଛି । ହେଲେ ପୋଲିସ ହାତରେ ଲାଗିନି କାହାଣୀକୁ ଆଗକୁ ବଢେଇବା ଭଳି ସୁରାକ । ଯାହା ପୋଲିସର ଅଡୁଆ ବଢାଇ ଦେଇଛି ।

୪ବର୍ଷ ତଳର କଳ୍ପନା ଦାସ ଓ ବବଲି ହତ୍ୟା ମାମଲାରେ ପୋଲିସ ପାଇଁ ଅଡୁଆ ବଢୁଛି । ଏଯାଏଁ ଏହି ହତ୍ୟା ଘଟଣାରେ କୌଣସି ପ୍ରତ୍ୟକ୍ଷଦର୍ଶୀଙ୍କୁ ଖୋଜି ବାହାର କରିପାରିନାହିଁ ପୋଲିସ । ଘଟଣା ଘଟିଥିବା ସ୍ଥାନର ପାରିପାଶ୍ୱର୍ିକ ପ୍ରମାଣ ମିଳିନାହିଁ ପୋଲିସକୁ । ହତ୍ୟାକାଣ୍ଡରେ ବ୍ୟବହାର କରାଯାଇ ଥିବା ଅସ୍ତ୍ର ଅର୍ଥାତ ଲୁହା ରଡ ମଧ୍ୟ ପୋଲିସ ହାତରେ ଲାଗିନାହିଁ । କଳ୍ପନା ଏବଂ ବବଲିଙ୍କ ମୃତଦେହ ଉପରେ ଚଢାଯାଇଥିବା ବୋଲେରୋ ଗାଡିର ବି ପତା ମିଳୁନି । ୪ବର୍ଷ ତଳେ ଘଟିଥିବା ଏହି ହତ୍ୟାକାଣ୍ଡର ଅନେକ ପ୍ରମାଣ ନଷ୍ଟ ହୋଇଗଲାଣି ବୋଲି ଅନୁମାନ କରାଯାଉଛି, ଯାହା ପୋଲିସ ପାଇଁ ଚିନ୍ତାର ବିଷୟ ହୋଇଛି ।

କଳ୍ପନା ଦାସ ଓ ବବଲି ହତ୍ୟାକାଣ୍ଡରେ ପୂର୍ବତନ ବିଧାୟକ ତଥା ମ୍ରୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କୁ ସହଯୋଗ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଡ୍ରାଇଭର ବର୍ଦ୍ଧନ ଟପ୍ପୋ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗକୁ ସ୍ୱୀକାର କରୁନାହିଁ । ଅନୁପ ସାଏ ମଧ୍ୟ ଜେରା ସମୟରେ ହଁ କିମ୍ବା ନାଁରେ ଉତ୍ତର ରଖୁଛନ୍ତି । ଏପରି ସ୍ଥିତିରେ ହତ୍ୟାକାଣ୍ଡର ଠୋସ ପ୍ରମାଣ ଯୋଗାଡ କରିବା ପୋଲିସ ପାଇଁ ଚ୍ୟାଲେଂଜ ହୋଇଛି ।

ଏବେ ଦେଖିବାର କଥା ଗିରଫ ଅଭିଯୁକ୍ତ ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ପୋଲିସ କି ରଣନୀତି ଆପଣେଉଛି ।