ନିର୍ବାଚନ ପାଇଁ ଜମୁଛି ପ୍ରଚାର : ଟାଙ୍ଗୀ ନିର୍ବାଚନୀ ମଣ୍ଡଳୀରେ କେନ୍ଦ୍ରାପଡା ବିଜେଡି ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତିଙ୍କ କ୍ୟାମ୍ପେନିଂ

380

କନକ ବ୍ୟୁରୋ : ପ୍ରଚାର ମୈଦାନରେ ସିନେଷ୍ଟାର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବ ମହାନ୍ତି । ସାଲେପୁର ଟାଙ୍ଗୀ ନିର୍ବାଚନ ମଣ୍ଡଳୀରେ ଅନୁଭବ ମହାନ୍ତି ନିର୍ବାଚନୀ ପ୍ରଚାର କରିଛନ୍ତି ।  କେନ୍ଦ୍ରାପଡା ହେଉଛି ସ୍ୱାଭିମାନର ମାଟି, ବିଜୁ ବାବୁଙ୍କ ମାଟି  । ସେଠାରୁ ତାଙ୍କୁ ଳଢିବାକୁ ସୁଯୋଗ ମିଳିଥିବାରୁ ସେ ଗର୍ବ ଅନୁଭବ କରୁଛନ୍ତି । ଏହା ତାଙ୍କର କର୍ମଭୂମି ହେବ । ବେକାରୀ ଯୁବକ ଯୁବତୀଙ୍କୁ କିଭଳି ଚାକିରି ମିଳିବ ସେ ନେଇ ପ୍ରାଧ୍ୟାନ୍ୟ ଦେବେ ବୋଲି କହିଛନ୍ତି ଅନୁଭବ । ସାଲେପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କୁ ମଧ୍ୟ ନିର୍ବାଚନୀ ମୈଦାନରେ ଦେଖିବାକୁ ମିଳିଛି ।

ସେପଟେ ବଲାଙ୍ଗୀରରେ ଖରାର ତାତିକୁ ବଳି ପଡୁଛି ନିର୍ବାଚନୀ ତାତି । ଦ୍ୱିତୀୟ ପର୍ଯ୍ୟାୟରେ ବଲାଙ୍ଗିରରେ ଭୋଟ ପଡିବାକୁ ଥିବା ବେଳେ ପ୍ରଚାର ମଇଦାନରେ ସ୍ୱାମୀଙ୍କ ପାଇଁ ଭୋଟ ମାଗୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ସ୍ୱାମୀ ଅନନ୍ତ ଦାସ ବଲାଙ୍ଗୀର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ପ୍ରଚାରକୁ ଯୋରଦାର କରିଛନ୍ତି ବିଦୁଷ୍ମିତା । ଆଜି ସେ ସ୍କୁଟିରେ ବିଜେପିର ମହିଳା ମୋର୍ଚ୍ଚା କର୍ମୀଙ୍କ ସହ ପ୍ରଚାର କରିଛନ୍ତି । ବଲାଙ୍ଗୀରରେ ଭାରତୀୟ ଜନତା ପାର୍ଟିର ବାଜିମାତ୍ ହେବ ବୋଲି ବିଦୁସ୍ମିତା ଦାବି କରିଛନ୍ତି । ବଲାଙ୍ଗିର ବିଧାନସଭା ଗାଦି ପାଇଁ କଂଗ୍ରେସର ନରସିଂହ ମିଶ୍ର, ବିଜେଡିର ଅର୍କେଶ ସିଂଦେଓ ଓ ବିଜେପିର ଅନନ୍ତ ଦାଶ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବ ।