ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ କରୋନା ଆକ୍ରାନ୍ତ । ମୋଟ ସୁସ୍ଥଙ୍କ ସଂଖ୍ୟା ୨୩୫୪ ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା

782

କନକ ବ୍ୟୁରୋ : ରାଜ୍ୟରେ ଆଜି  ୭୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ନୂତନ ସୁସ୍ଥ ବ୍ୟକ୍ତିଙ୍କୁ ମିଶାଇ ରାଜ୍ୟରେ ମୋଟ ୨୩୫୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାପଡ଼ିଛି । ସୁସ୍ଥ ହୋଇଥିବା ୭୨ଜଣଙ୍କ ମଧ୍ୟରୁ ଗଞ୍ଜାମରୁ ୧୭ଜଣ, ସୋନପୁରରୁ ୯ଜଣ, ବଲାଙ୍ଗୀରରୁ ୭ଜଣ, ଜଗତସିଂହପୁରରୁ ୬ଜଣ, କଟକ, କଳାହାଣ୍ଡି ଓ ସୁନ୍ଦରଗଡରୁ ୫ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ବାଲେଶ୍ୱର ଏବଂ ମୟୁରଭଞ୍ଜରୁ ୪ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏହା ସହ ଖୋର୍ଦ୍ଧା, କନ୍ଧମାଳ ଏବଂ ସମ୍ବଲପୁରରୁ ୩ଜଣ ଲେଖାଏଁ ସୁସ୍ଥ ହୋଇଥିବା ସହ ଝାରସୁଗୁଡାରୁ ଜଣେ ସୁସ୍ଥ ହୋଇଥିବା ନେଇ ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ ।

ସେପଟେ ରାଜ୍ୟରେ ଆଜି ୧୩୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ୍ରାଫ, ଏନଡିଆରଏଫ , ଅଗ୍ନିଶମ ବାହିନୀର ୫୪ ଜଣ ଯବାନ କରୋନା ପଜିଟିଭ ଆସିଛନ୍ତି । ଏମାନେ ସମସ୍ତେ ବାତ୍ୟା ବେଳେ ପଶ୍ଚିମବଙ୍ଗ ଯାଇ ଫେରିଥିଲେ । ଆଜି ଚିହ୍ନଟ ୧୩୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣକ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା । କେନ୍ଦୁଝରରୁ ୮ ଜଣ.ଝାରସୁଗୁଡାରୁ ୪ ଜଣ, ଖୋର୍ଦ୍ଧାରୁ ୧୭ରୁ ଜଣ, ଢେଙ୍କାନାଳରୁ୩ ଜଣ, କଟକରୁ ୭ ଜଣ, କେନ୍ଦ୍ରାପଡା ଓ ସମ୍ବଲପୁରରୁ ଜଣେ ଲେଖାଁଏ ଚିହ୍ନଟ ହୋଇଛନ୍ତି । ନୂଆପଡା, ଓ କଳାହାଣ୍ଡିରୁ ୨ ଜଲ ଲେଖାଁଏ, ଗଂଜାମ ଓ ପୁରୀରୁ ୩ ଜଣ ଲେଖାଁଏ,ମୟୁରଭଂଜରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ଶହ ୮୬ରେ ପହଚିଂଛି ।