ସୁନ୍ଦରଗଡ ବିଶ୍ରାରେ ବଢିଲା ଅବରୋଧ ଅଞ୍ଚଳ କଟକଣା I ଆହୁରି ୪୮ ଘଣ୍ଟା କଟକଣା ଅବଧି ବଢାଇଲା ଜିଲ୍ଲା ପ୍ରଶାସନ

236

କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି କଟକଣା ଆସନ୍ତା ୨୨ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ରହିବ ।

ପ୍ରଥମେ ଗତ ୧୨ ତାରିଖରେ ୪୮ଘଣ୍ଟା ଲାଗି ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା l ଏହାପରେ ପୁଣି ୧୪ ତାରିଖରେ ଏହାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯିବା ଫଳରେ ଆଜି  ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିଥିଲା । ପୁଣି ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯିବା ଫଳରେ ୧୮ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିଥିଲା  l  ପରେ ଆଉ ୪୮ ଘଣ୍ଟା ଅର୍ଥାତ ୨୦ ତାରିଖ ପର୍ଯ୍ୟନ୍ତ ରହିଥିଲା l

ସୁନ୍ଦରଗଡ ଜିଲ୍ଲାର ଦୁଇ ଆକ୍ରାନ୍ତ ରାଉରକେଲା ନିକଟସ୍ଥ ବିଶ୍ରା ବ୍ଲକ ଅନ୍ତର୍ଗତ ଆସିଆନା କଲୋନି ଅଞ୍ଚଳର ଚିହ୍ନଟ ହେବା ପରେ ବିଶ୍ରାକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଥିଲା। ଏମାନଙ୍କ ଭିତରୁ ଜଣେ ହେଉଛନ୍ତି ୬୭ ବର୍ଷର ବୃଦ୍ଧ ଓ ଜଣେ ୧୮ ବର୍ଷିୟ ଯୁବକ। ପ୍ରଥମ ଆକ୍ରାନ୍ତ ଜଣକ ଦିଲ୍ଲୀ ନିଜାମୁଦ୍ଦିନ ସମାବେଶ ଓ ଦ୍ବିତୀୟ ଜଣକ ଯାଜପୁର ଅଞ୍ଚଳ ଗସ୍ତ କରି ବିଶ୍ରା ଫେରିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଥିଲା।

Comments are closed.