କନକ ବ୍ୟୁରୋ : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାରେ ଆଉ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯାଇଛି । ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏହି କଟକଣା ଆସନ୍ତା ୨୨ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ରହିବ ।
ପ୍ରଥମେ ଗତ ୧୨ ତାରିଖରେ ୪୮ଘଣ୍ଟା ଲାଗି ବିଶ୍ରାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଥିଲା l ଏହାପରେ ପୁଣି ୧୪ ତାରିଖରେ ଏହାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯିବା ଫଳରେ ଆଜି ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିଥିଲା । ପୁଣି ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଅବଧିକୁ ବୃଦ୍ଧି କରାଯିବା ଫଳରେ ୧୮ ତାରିଖ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ କଟକଣା ଜାରି ରହିଥିଲା l ପରେ ଆଉ ୪୮ ଘଣ୍ଟା ଅର୍ଥାତ ୨୦ ତାରିଖ ପର୍ଯ୍ୟନ୍ତ ରହିଥିଲା l
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/04/Balangir-750x430.jpg)