ଅନୁଗୁଳର ବୁଢ଼ାପଙ୍ଗ ଛକ ନିକଟରେ ଟ୍ରକ ଧକ୍କାରେ ମହିଳା ମୃତ : ରାସ୍ତାରୋକ କଲେ ସ୍ଥାନୀୟ ବାସିନ୍ଦା

234

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍ଗ ଛକ ନିକଟରେ ଦୁର୍ଘଟଣା । ଆଜି ଅପରାହ୍ନରେ ୫୫ ନମ୍ବର ଜାତୀୟ ରାଜପଥ ଉପରେ ଟ୍ରକ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ବଅଁରପାଳ ପୁଲିସ ଘଟଣାସ୍ଥଳକୁ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଲୋକେ ରାସ୍ତା ଅବରୋଧ କରିଥିବା ବେଳେ ମହିଳାଙ୍କ ମୃତଦେହ ରାଜରାସ୍ତାରେ ପଡି ରହିଛି । ଟ୍ରକ ଚାଳକ ଗାଡି ଛାଡି ଘଟଣା ସ୍ଥଳରୁ ଚାଲିଯାଇଛି। ପୁଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।