ଅନୁଗୁଳ : ଜିନ୍ଦଲ ପ୍ଲାଂଟରେ ପ୍ରତିଷ୍ଠା ହେଲା ଜଗନ୍ନାଥ ମନ୍ଦିର

55

କନକ ବ୍ୟୁରୋ : ଅନୁଗୁଳ ଜିନ୍ଦଲ ପ୍ଲାଂଟରେ ପ୍ରତିଷ୍ଠା ହେଲା ଜଗନ୍ନାଥଙ୍କ ଭବ୍ୟ ମନ୍ଦିର । ସୋମବାର ଦିନ ଏହି ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଇଥିଲା । ଜିନ୍ଦଲ ଗ୍ରୁପର ଅଧକ୍ଷ ନବୀନ ଜିନ୍ଦଲ ଏହି ମନ୍ଦିରରେ ଯୋଗ ଦେଇ ପ୍ରତିଷ୍ଠା କରିଥିଲେ । ଏହାସହ ଏହି ମନ୍ଦିର ଓଡ଼଼ିଶାବାସୀଙ୍କର ବୋଲି କହିଥିଲେ । ୬୭ ଫୁଟ ଉର୍ଚ୍ଚତାର ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି ବିଶିଷ୍ଠ ଶିଳ୍ପୀ ରଘୁନାଥ ମହାପାତ୍ର । ଏବଂ ତାଙ୍କ ଦ୍ୱାରା ପରିଚାଳିତ କଳିଙ୍ଗ ଆରକିଟେକ୍ଚର ସ୍କୁଲର ଶିଳ୍ପୀମାନେ ।