ପରକୀୟା ପ୍ରୀତି ମହଙ୍ଗା ପଡ଼ିଲା : ଗାଁ ଲୋକ ଓ ପରିବାର ଲୋକଙ୍କ ଠାରୁ ନିସ୍ତୁକ ମାଡ ଖାଇଲେ ଯୁବକ ଓ ବିବାହିତା ମହିଳା 

1,862

କନକ ବ୍ୟୁରୋ : ମିସକଲରୁ ସଂପର୍କ ଏବଂ ପରେ  ପ୍ରେମ । ଶେଷରେ ଏହାକୁ ନେଇ ଗାଁଦାଣ୍ଡରେ ହଟହଟା ହୋଇଛନ୍ତି ବିବାହିତା ମହିଳା ଓ ଯୁବକ ।  ବିବାହିତା ମହିଳାଙ୍କ ପାଇଁ ବସିଲା କଙ୍ଗାରୁ କୋର୍ଟ । ଏଭଳି ଏକ ଖବର ଆସିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକର ଟାପଢୋଲ ଗାଁରୁ । ଏହି ଗାଁର ଜଣେ ବିବାହିତା ମହିଳାଙ୍କ ସହ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି କଥା ଜାଣିବା ପରେ ଉଭୟଙ୍କୁ ପରିବାର ଲୋକ ନିସ୍ତୁକ ମାଡ ମାରିବା ସହ ଗାଁ ଦାଣ୍ଡରେ ହିନସ୍ତା କରାଇଥିଲେ ।

ତେବେ ଏହି ସମୟରେ ବିଭିନ୍ନ ଲୋକ ଏହାକୁ ନେଇ ସେଲ୍ଫି ଉଠାଇବା ଏବଂ ଭିଡିଓ କରି ବିଭିନ୍ନ ସୋସିଆଲ ମିଡିଆରେ ଛାଡିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଉଠିଛି ପ୍ରଶ୍ନ, ଭୁଲ ଯାହା ବି ହୋଇଥିଲେ, ତାହାକୁ ସର୍ବସାଧାରଣ ସ୍ଥାନରେ ସେମାନଙ୍କ ପ୍ରତି କରାଯାଉଥିବା ବ୍ୟବହାର ଉଚିତ୍ କି ? ମାନବିକତା ଦୃଷ୍ଟିରୁ ଏବଂ ଆଇନ୍ ଦୃଷ୍ଟିରୁ ଏହା ଗ୍ରହଣୀୟ କି? ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାର ଗ୍ରହଣୀୀୟ କି ।  ଥାନା ଓ କୋର୍ଟ କଚେରୀ ଥିବାବେଳେ ଗାଁ ଲୋକଙ୍କ ଏଭଳି ଅତ୍ୟାତାର ଉଚିତ କି ?