କନକ ବ୍ୟୁରୋ : ମିସକଲରୁ ସଂପର୍କ ଏବଂ ପରେ ପ୍ରେମ । ଶେଷରେ ଏହାକୁ ନେଇ ଗାଁଦାଣ୍ଡରେ ହଟହଟା ହୋଇଛନ୍ତି ବିବାହିତା ମହିଳା ଓ ଯୁବକ । ବିବାହିତା ମହିଳାଙ୍କ ପାଇଁ ବସିଲା କଙ୍ଗାରୁ କୋର୍ଟ । ଏଭଳି ଏକ ଖବର ଆସିଛି ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକର ଟାପଢୋଲ ଗାଁରୁ । ଏହି ଗାଁର ଜଣେ ବିବାହିତା ମହିଳାଙ୍କ ସହ ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏହି କଥା ଜାଣିବା ପରେ ଉଭୟଙ୍କୁ ପରିବାର ଲୋକ ନିସ୍ତୁକ ମାଡ ମାରିବା ସହ ଗାଁ ଦାଣ୍ଡରେ ହିନସ୍ତା କରାଇଥିଲେ ।
ତେବେ ଏହି ସମୟରେ ବିଭିନ୍ନ ଲୋକ ଏହାକୁ ନେଇ ସେଲ୍ଫି ଉଠାଇବା ଏବଂ ଭିଡିଓ କରି ବିଭିନ୍ନ ସୋସିଆଲ ମିଡିଆରେ ଛାଡିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ଉଠିଛି ପ୍ରଶ୍ନ, ଭୁଲ ଯାହା ବି ହୋଇଥିଲେ, ତାହାକୁ ସର୍ବସାଧାରଣ ସ୍ଥାନରେ ସେମାନଙ୍କ ପ୍ରତି କରାଯାଉଥିବା ବ୍ୟବହାର ଉଚିତ୍ କି ? ମାନବିକତା ଦୃଷ୍ଟିରୁ ଏବଂ ଆଇନ୍ ଦୃଷ୍ଟିରୁ ଏହା ଗ୍ରହଣୀୟ କି? ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାର ଗ୍ରହଣୀୀୟ କି । ଥାନା ଓ କୋର୍ଟ କଚେରୀ ଥିବାବେଳେ ଗାଁ ଲୋକଙ୍କ ଏଭଳି ଅତ୍ୟାତାର ଉଚିତ କି ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/26-4.jpg)