ଅନୁଗୁଳ : ୫୫ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା, ୩ ଶିଶୁ ଆହତ

25

କନକ ବ୍ୟୁରୋ : ଅନୁଗୁଳ ଜିଲ୍ଲା ୫୫ନମ୍ବର ଜାତୀୟ ରାଜପଥ ନିକଟରେ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୩ଜଣ ଶିଶୁ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ସେମାନଙ୍କୁ  ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳୁ ଦୋଳଯାତ୍ରା ଦେଖିବାକୁ ଯାଉଥିବା ସମୟରେ ଏକ ଅଜଣାଗାଡ଼ି ଏମାନଙ୍କୁ ଧକ୍କା ଦେଇଥିଲା । ଏହି ୩ ଜଣ ଶିଶୁ ତୁବେ ଗାଁର ହୋଇଥିବା ବେଳେ ଏମାନେ ବଡ଼କେରାରେ ଥିବା ପଂଜାବୀ ଢାବାରେ କାମ କରନ୍ତି ।