ମହଙ୍ଗା ପଡିଲା ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ : ଅନୁଗୁଳ ତଳମୂଳ ରାସ୍ତାରେ ଡକାୟତି ଉଦ୍ୟମ ବେଳେ ଲୁଟେରାଙ୍କୁ କାବୁ କରି ବାନ୍ଧିଲେ ଲୋକେ,୩ ଜଣଙ୍କୁ ଗିରଫ କଲା ପୁଲିସ

1,006

କନକ ବ୍ୟୁରୋ : ମହଙ୍ଗା ପଡିଲା ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ । ଅନୁଗୁଳ ତଳମୂଳ ରାସ୍ତାରେ ଡକାୟତି ଉଦ୍ୟମ ବେଳେ ଯୁବକଙ୍କୁ କାବୁ କରି ବାନ୍ଧିଲେ ଲୋକେ । ଢେଙ୍କାନାଳ ସରାଙ୍ଗ ଗାଁର କିଛି ଯୁବକ ବୁଲିବାକୁ ପୁରୀ ଓ ତାରା ତାରିଣୀ ଅଭିମୁଖେ ଯାଇଥିଲେ । ଫେରୁଥିବା ବେଳେ ଅନୁଗୁଳ ବଅଁରପାଳ ଥାନା ତଳମୂଳ ରାସ୍ତାରେ ୩ ଜଣ ଯୁବକ ଦୁଇଟି ବାଇକରେ ଆସି ୨ଟି ବୋଲେରୋ ଗାଡିକୁ ଅଟକାଇଥିଲେ ।

ବୋଲେରୋରେ ଥିବା ଜଣେ ଲୋକଙ୍କ ସାହାସିକତା ପାଇଁ ଲୁଟେରାଙ୍କୁ କାବୁ କରିବା ସହ ବାନ୍ଧି ପକାଇଥିଲେ । ଜଣେ ଦୁର୍ବୃତ୍ତ ଖସି ପଳାଇଥିବାବେଳେ ଆଉ ୨ ଜଣଙ୍କୁ କାବୁ କରିଥିଲେ ଲୋକେ । ଏହା ପରେ ପୁଲିସ ପହଚିଂ ଲୁଟେରାଙ୍କୁ ଗିରଫ କରିଛି ।