ମନ୍ଦିରକୁ ଭିକାରି ଦାନ କଲେ ୮ ଲକ୍ଷ ଟଙ୍କା : ଯେଉଁ ମନ୍ଦିର ସାମ୍ନାରେ ଭିକ ମାଗିଥିଲେ, ସେହି ମନ୍ଦିରକୁ ସବୁ ଦେଇଦେଲେ

398

କନକ ବ୍ୟୁରୋ : ଯେଉଁ ମନ୍ଦିର ସାମ୍ନାରେ ଭିକ ମାଗିଥିଲେ ସେହି ମନ୍ଦିରକୁ ହିଁ ସବୁ କିଛି ଦେଇଦେଲେ । ମନ୍ଦିର ସାମ୍ନାରେ ବସି ୭ ବର୍ଷରେ ଭିକ ମାଗି ଆୟ କରିଥିବା ୮ ଲକ୍ଷ ଟଙ୍କା ମନ୍ଦିରକୁ ହିଁ ଦାନ କରିଦେଇଛନ୍ତି । ଆନ୍ଧ୍ରପ୍ରଦେଶ ବିଜୟୱାଡାର ସାଇ ମନ୍ଦିର ସାମ୍ନାରେ ଆଜିକୁ ୭ ବର୍ଷ ହେଲା ବସି ରହି ଭିକ ମାଗନ୍ତି ୟାଦି ରେଡ୍ଡୀ ।

ୟାଦି ପୂର୍ବରୁ ରିକ୍ସା ଚଳାଉଥିବାବେଳେ ଯେତେବେଳେ ବାର୍ଦ୍ଧକ୍ୟ ଯୋଗୁଁ ଆଉ ରିକ୍ସା ଚଳାଇପାରିନଥିଲେ ସେବେଠାରୁ ଏହି ମନ୍ଦିର ହିଁ ଟଙ୍କା ପାଇଁ ସବୁକିଛି ପାଲଟିଯାଇଥିଲା । ୟାଦି ୪୦ ବର୍ଷ ଧରି ରିକ୍ସା ଚଳାଇଥିବାବେଳେ ଶେଷ ସମୟରେ ୧ ଲକ୍ଷ ଟଙ୍କା ଦେଇପାରିଥିଲେ । ଏହା ପରେ ଯେତେବେଳେ ଆଉ ରିକ୍ସା ଚଳାଇପାରିନଥିଲେ ସେବେଠାରୁ ଏହି ମନ୍ଦିର ସାମ୍ନାରେ ବସି ଭଗବାନଙ୍କ ସାମ୍ନାରେ ନିଜକୁ ସମର୍ପଣ କରିଦେଇଥିଲେ ।

ୟାଦିଙ୍କ ଏହି ଦାନ ଅର୍ଥକୁ ନେଇ ମନ୍ଦିର କର୍ତ୍ତୃପକ୍ଷ କହିଛନ୍ତି ଯେ ଏହି ଟଙ୍କାକୁ ମନ୍ଦିରର ବିକାଶରେ ଖର୍ଚ୍ଚ କରାଯିବ ।ପୂର୍ବରୁ ୟାଦି ଦେଇଥିବା ୧ ଲକ୍ଷ ଟଙ୍କାରେ ଗୋଶାଳା ନିର୍ମାଣ କରାଯାଇଥିବାବେଳେ ୮ ଲକ୍ଷ ଟଙ୍କାରେ ଏବେ ମନ୍ଦିରରେ ନୂଆ ନିର୍ମାଣ କରାଯିବ ।