କନକ ବ୍ୟୁରୋ : ଅକ୍ଟୋବର ୨ ତାରିଖରେ ରିଲିଜ୍ ହେବାକୁ ଥିବା ବହୁ ଚର୍ଚ୍ଚିତ ଫିଲ୍ମ ସୈରା ନରସିମା ରେଡ୍ଡିକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଇଂରେଜ ବିରୋଧରେ ଆନ୍ଦୋଳନର ଐତିହାସିକ ପୃଷ୍ଠଭୂମିକୁ ନେଇ ଫିଲ୍ମ ତିଆରି ହୋଇଥିିବା ବେଳେ ଏହି ବିଦ୍ରୋହକୁ ପ୍ରଥମ ସଶସ୍ତ୍ର ବିରୋଧ ବୋଲି ଫିଲ୍ମରେ ଦର୍ଶାଯାଇଛି । ସେପଟେ ଓଡିଶା କହିଛି, ପାଇକ ବିଦ୍ରୋହ ହେଉଛି ଇଂରେଜ ମାନଙ୍କ ବିରୋଧରେ ପ୍ରଥମ ସ୍ୱାଧୀନତା ସଂଗ୍ରାମ ।
ଅକ୍ଟୋବର ୨ ତାରିଖରେ ରିଲିଜ ହେବ ତେଲୁଗୁ ଫିଲ୍ମ ସୈରା ନରସିଂହା ରେଡ୍ଡି । ଇଂରେଜ ବିରୋଧରେ ଆନ୍ଦୋଳନର ଐତିହାସିକ ପୃଷ୍ଠଭୂମିରେ ତିଆରି ହୋଇଛି ଏହି ଫିଲ୍ମ । ଏଥିରେ ସିପାହୀ ବିଦ୍ରୋହର ୧୦ ବର୍ଷ ପୂର୍ବରୁ ୧୮୪୬ରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ହୋଇଥିବା ସଶସ୍ତ୍ର ବିରୋଧକୁ ପ୍ରଦର୍ଶିତ କରାଯାଇଛି । ଫିଲ୍ମରେ ମୁଖ୍ୟ ଚରିତ୍ରରେ ସାଉଥ ସୁପରଷ୍ଟାର ଚିରଂଜୀବି ଅଭିନୟ କରୁଥିବା ବେଳେ ଏକ ପ୍ରମୁଖ ଭୂମିକାରେ ବିଗ୍ ବି ଅମିତାଭ ବଚ୍ଚନ ବି ନଜର ଆସିବେ । ନରସିଂହା ରେଡ୍ଡିଙ୍କ ନେତୃତ୍ୱରେ ହୋଇଥିବା ଏହି ବିଦ୍ରୋହକୁ ପ୍ରଥମ ସଶସ୍ତ୍ର ବିରୋଧ ବୋଲି ଫିଲ୍ମରେ କୁହାଯାଉଥିବା ବେଳେ ଏହାକୁ ନେଇ ଓଡିଶାରେ ଆରମ୍ଭ ହୋଇଛି ଅସନ୍ତୋଷ । ଓଡିଶାରେ ଏହାର ଢେର ବର୍ଷ ପୂର୍ବରୁ ଜୟୀ ରାଜଗୁରୁଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା ବ୍ରିଟିଶ ଶାସନ ବିରୋଧରେ ଆନ୍ଦୋଳନ । ଏହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ପାଇଁ ବାରମ୍ବାର ଦାବି ହୋଇଥିବା ବେଳେ ଏହାର ଶତବାର୍ଷିକୀ ଉତ୍ସବ ପାଳନ କରି କେନ୍ଦ୍ର ସରକାର ଏକ ପ୍ରକାର ଏହାକୁ ସେହି ସ୍ୱୀକୃତି ଦେଇଛନ୍ତି ।
ଆଗାମୀ ଦିନରେ ସେରା ନରସିଂହା ରେଡ୍ଡି ଫିଲ୍ମ ବିରୋଧରେ କୋର୍ଟର ଦ୍ୱାରସ୍ଥ ହେବା ପାଇଁ କିଛି ସ୍ୱେଚ୍ଛାସେବୀ ସଂଗଠନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏପଟେ ଓଡିଶାରେ ଏଭଳି ଫିଲ୍ମ ନିର୍ମାଣ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ଏହି ପ୍ରସଙ୍ଗ ଉଠିବା ସହ ରାଜ୍ୟ ସ୍ୱାଭିମାନ ଦୃଷ୍ଟିରୁ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ଆୟୋଜକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/PHOTO-01005307-1.png)