ହୁ ହୁ ହୋଇ ନିଆଁ ଜଳୁଥିଲା : ଦେବଦୂତ ହୋଇ ପହଞ୍ଚିଲେ ରାଜେଶ, ନିଜ ଜୀବନକୁ ଖାତିର ନକରି ନିଆଁର ଆଁରୁ ୧୧ ଜଣଙ୍କୁ ରକ୍ଷାକଲେ

ହୁ ହୁ ହୋଇ ନିଆଁ ଜଳୁଥିଲା : ଦେବଦୂତ ହୋଇ ପହଞ୍ଚିଲେ ରାଜେଶ, ନିଜ ଜୀବନକୁ ଖାତିର ନକରି ନିଆଁର ଆଁରୁ ୧୧ ଜଣଙ୍କୁ ରକ୍ଷାକଲେ

https://www.indiatoday.in/

କନକ ବ୍ୟୁରୋ : ହୁତୁ ହୁତୁ ହୋଇ ନିଆଁ ଜଳୁଥିଲା । ଆଉ ସେତିକି ବେଳେ ଦେବଦୂତ ଭାବେ ଉଭାହେଲେ ରାଜେଶ । ରାଜଧାନୀ ଦିଲ୍ଲୀର ଧାନ ମଣ୍ଡି ଅଞ୍ଚଳରେ ଆଜି ଏକ କାରଖାନାରେ ହୋଇଥିବା ଅଗ୍ନିକାଣ୍ଡରେ ନିଆଁ କବଳରୁ ୧୧ ଜଣଙ୍କୁ ରକ୍ଷା କରିଛନ୍ତି ଦମକଳକର୍ମୀରାଜେଶ। ଆଜିର ଏହି ଅଗ୍ନିକାଣ୍ଡରେ ୪୫ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥଳେ ଅଗ୍ନିକାଣ୍ଡର ସୂଚନା ମିଳିବା ପରେ ଦଳକଳର ୩୦ଟି ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା । ଗାଡି ପହଞ୍ଚିବାର କ୍ଷଣିକ ମଧ୍ୟରେ ଦମକଳକର୍ମୀମାନେ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।

ଜଳୁଥିବା ନିଆଁର ଆଁକୁ ଖାତିର ନକରି ପ୍ରଥମେ ବିଲଡ଼ିଂ ଭିତରକୁ ପଶିଯାଇଥିଲେ ଦମକଳ କର୍ମୀ ରାଜେଶ ଶୁକ୍ଳା । ଆଉ୧୧ ଜଣଙ୍କ ଜୀବନ ବଞ୍ଚାଇଥିଲେ । ତେବେ ଉଦ୍ଧାରକାର୍ଯ୍ୟ ସମୟରେ ତାଙ୍କର ପାଦରେ ମାଡ ହୋଇଥିଲା  ।  ନିଜ ଦେହରେ ଲାଗିଥିବା ଆଘାତକୁ ଭ୍ରୁକ୍ଷେପ ନକରି ସେ ଲୋକଙ୍କ ଜୀବନ ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ । ତେବେ ଆଘାତ ଯୋଗୁଁ ଏବେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ସାହାସିକତା ପାଇଁ ଦିଲ୍ଲୀର ମନ୍ତ୍ରୀ ସତ୍ୟନ୍ଦ୍ରେ ଜୈନ ରାଜେଶଙ୍କର ପ୍ରଶଂସା କରିଛନ୍ତି ଏବଂ ହସ୍ପିଟାଲରେ ତାଙ୍କୁ ଭେଟିଛନ୍ତି ।

ସେ ଟ୍ୱିଟ କରି ଲେଖିଛନ୍ତି, ପ୍ରକୃତ ହିରୋ ଅଟନ୍ତି ଦମକଳକର୍ମୀ ରାଜେଶ ଶୁକ୍ଲା । ରାଜେଶ ପ୍ରଥମ ଦମକଳକର୍ମୀ, ଯିଏ ବିଲ୍ଡିଂ ଭିତରକୁ ପଶିଥିଲେ ଏବଂ ୧୧ ଜଣ ଜୀବନ ବଞ୍ଚାଇଥିଲେ । ନିଜ ଜୀବନକୁ କଥା ଚିନ୍ତା ନକରି ସେପର୍ଯ୍ୟନ୍ତ ନିଜର କାମ ଜାରି ରଖିଥିଲେ ଯେପର୍ଯ୍ୟନ୍ତ ତାଙ୍କ ନିଜେ ଆହତ ହୋଇ ନଥିଲେ । ଏପରି ଜଣେ ସାହାସୀ ହିରୋକୁ ସଲାମ କରୁଛି ବୋଲି ସେ ଟ୍ୱିଟ୍ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe