ଘଣ୍ଟା ପ୍ରତି ୨୯ କିମି ବେଗରେ ଗତି କରୁଛି ଅମ୍ଫାନ । ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର ବେଗରେ ବହିବ ପବନ ।

677

କନକ ବ୍ୟୁରୋ : ଦିଗ ବଦଳାଇଲା ବାତ୍ୟା ଅମ୍ଫାନ୍ । ବାଥ୍ୟା ଅମ୍ଫାନ୍ ରାତି ସାଢ଼େ ଆଠଟାରୁ ୧୦ ଭିତରେ ୍ୟାଣ୍ଡଫଲ କରିବାର ଥିଲା । କିନ୍ତୁ ଏବେ ପାଣିପାଗର ତାଜା ସୂଚନା ଅନୁସାରେ ଅପରାହ୍ନରୁ ସନ୍ଧ୍ୟା ଭିତରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ଅମ୍ଫାନ୍ । ଅମ୍ଫାନ୍ ଅତିକ୍ରମ କରିବା ସମୟରେ ତୀବ୍ର ବେଗରେ ପବନ ବହିବ ।

ବାତ୍ୟା ଘଣ୍ଟା ପ୍ରତି ୨୯ କିମି ବେଗରେ ଗତି କରୁଛି ବାତ୍ୟା । ପାରାଦ୍ୱୀପ ଠାରୁ ବର୍ତ୍ତମାନ ୧୪୦ କିମି ଦୂରରେ ରହିଛି ଅମ୍ପାନ୍ । ପାରାଦ୍ୱୀପ ଠାରୁ ୧୪୦ କିମି ଦୂରରେ ବାତ୍ୟା ର ଅବସ୍ଥିତି ରହିଛି । ସେପଟେ ଦୀଘା ଠାରୁ ୧୨୫ କିମି ଦୁରରେ ରହିଛି ବାତ୍ୟା । ବାଙ୍ଗଲାଦେଶରୁ ୨୭୫ କିମି ଦୂରରେ ।

ପାରାଦ୍ୱୀପରେ ସର୍ବାଧିକ ବର୍ଷା ରେକର୍ଡ଼ ହୋଇଛି । ଅମ୍ଫାନ ପ୍ରଭାବରେ ପାରାଦ୍ୱୀପରେ ସର୍ବାଧିକ ୨୫୦.୫ ମିମି ବର୍ଷା ରେକର୍ଡ଼ ହୋଇଛି । ସେହିପରି ଚାନ୍ଦବାଲିରେ ୮୭.୮ ମିମି, ଭୁବନେଶ୍ୱରରେ ୭୧.୯, ବାଲେଶ୍ୱରରେ ୭୬.୪, ପୁରୀରେ ୧୧୧, ମିମି ବର୍ଷା ରେକର୍ଡ଼ ହୋଇଛି ।

ସେପଟେ ସାମୁଦ୍ରିକ ଝଡ ଅମ୍ଫାନର ପ୍ରଭାବ ଦେଖିବାକୁ ମିଳିଛି ଭୁବନେଶ୍ୱରରେ । ଅମ୍ଫାନ ପ୍ରଭାବରୁ ଗତକାଲି ରାତିରୁ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ପବନ ସହ ବର୍ଷା । ଆଜି ସକାଳୁ କିଛି ସମୟ ଧରି ପବନର ବେଗ ଅଧିକ ରହିବା ପରେ ଥମି ଯାଇଥିଲା । କିନ୍ତୁ ଦିନ ଦିନ ୧୦ଟା ପରେ ବଢିଛି ପବନର ବେଗ । ଅପରାହ୍ନ ୪ଟା ଯାଏଁ ଏହାର ପ୍ରଭାବ ରହିବ ।