କନକ ବ୍ୟୁରୋ : ବାତ୍ୟା ଚାଲିଗଲା ଚିହ୍ନ ଛାଡ଼ିଦେଲା । ତୁହାକୁ ତୁହା ବର୍ଷା ଲାଗି ରହିଥିଲା। କେଉଁଠି ଶହେ, ଆଉ କେଉଁଠି ଦୁଇଶହ ମିଲିମିଟରରୁ ଅଧିକ। ପୁଣି କେଉଁଠି ପବନ ଘର ଛପର ଉଡ଼ାଇ ନେଇଥିଲା ତ ଆଉ କେଉଁଠି ବିଶାଳ ଦ୍ରୁମ ଭଳି ଗଛକୁ ମୋଡ଼ି ଫିଙ୍ଗିଦେଇଥିଲା। ବିଦ୍ୟୁତ ଖୁଣ୍ଟ ବଙ୍କା କରିଦେଇଥିଲା, କିଛି ସ୍ଥାନରେ ଟ୍ରାନ୍ସଫର୍ମର ବି। ସାଇନ ବୋର୍ଡ, ପାଚେରିକୁ ଠେଲି ଦେଇଥିଲା ଗୋଟିଏ ଗୋଟିଏ ଧକ୍କାରେ।
ବାତ୍ୟା ଓଡିଶାରେ ତାଣ୍ଡବ ରଚି ଚାଲିଯିବା ପରେ ଆରମ୍ଭ ହୋଇଛି ପୁନରୁଦ୍ଧାର କାମ । ଯୁଦ୍ଧକାଳିନ ଭିତିରେ ଭାଙ୍ଗିପଡିଥିବା ଗଛକୁ ରାସ୍ତାରୁ ସଫା କରାଯାଉଛି । ଉପୁଡି ପଡିଥିବା ବିଦ୍ୟୁତ ଖୁଂଟର ପୁନରୁଦ୍ଧାର କାର୍ଯ୍ୟ ଜୋରସୋରରେ ଚାଲିଛି । ଏନଡିଆରଏଫର ୪୧ଟି ଟିମ୍ ଓ ଓଡ୍ରାଫ ଟିମ୍ ଗଛ କାଟି ରାସ୍ତା ଉପରୁ ଅବରୋଧ ହଟାଉଛନ୍ତି । ସେହିପରି ବର୍ଷା ପବନ ଯୋଗୁ ଗଛ ଉପୁଡିପଡିଥିବାରୁ ବିଦ୍ୟୁତ ସଂଯୋଗ କାଟିଦିଆଯାଇଥିଲା । ଏବେ ପ୍ରଭାବ କମିବା ପରେ ଧିରେ ଧିରେ ବିଦ୍ୟୁତ ସଂଯୋଗ କାମ ଆରମ୍ଭ ହୋଇଛି । ପ୍ରଭାବିତ ଅଂଚଳରେ ମୋଟ ୩୨୭ଟି ଟିମ୍କୁ ନିୟୋଜିତ କରାଯାଇଛି ବୋଲି ଶକ୍ତି ବିଭାଗ ସୂଚନା ଦେଇଛି । ବିଭିନ୍ନ ସ୍ଥାନରେ କ୍ଷୟକ୍ଷତି ଆକଳନ କରାଯିବା ସହ ପୁନରୁଦ୍ଧାରକୁ ତ୍ୱରାନ୍ୱିତ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।
ଗତକାଲି ଯେତେବେଳେ ବାତ୍ୟା ଅମ୍ଫାନ ପଶ୍ଚିମବଙ୍ଗର ସୁନ୍ଦରବନ ଅଂଚଳରେ ସ୍ଥଳ ଭାଗକୁ ଛୁଇଁଥିଲା, ସାମ୍ନାକୁ ଆସିଥିଲା କିଛି ଏହିଭଳି ଚିତ୍ର । ବର୍ଷା ଓ ପବନ ମାଡ଼ରେ ଚାରିଆଡେ ଧୁଆଁଳିଆ ଦେଖାଯାଉଥିଲା । ଆଉ ଏହାରି ଭିତରେ ସ୍ଥଳଭାଗକୁ ଛୁଇଁଥିଲା ବାତ୍ୟା । ବାତ୍ୟା ଅମ୍ଫାନ ଅତିକ୍ରମ କରିବା ସମୟରେ କୋଲକତା ମହାନଗର ବିଶେଷ ଭାବରେ ପ୍ରଭାବିତ ହୋଇଥିଲା । ଘଂଟାପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିବା କାରଣରୁ ଅସ୍ତବ୍ୟସ୍ତ ହୋଇଯାଇଥିଲା ପୁରା ନଗର । ବିଶେଷ କରି କୋଲକତାର ହାୱାଡ଼ା ବ୍ରିଜ୍ ଉପରେ ଥିବା ସ୍ପିଡ୍ ବ୍ରେକର ଓ ବ୍ୟାରିକେଟ୍ ଗୁଡ଼ିକ ପବନ ମାଡ଼ରେ ଉଠିଯାଇଥିଲା । ସେମିତି ନିସ୍ତବ୍ଧ ହୋଇଥିଲା ହାୱାଡ଼ା ବ୍ରିଜ୍ । ବର୍ଷା ଓ ପବନ ମାଡ଼ ଭିତରେ ଏକ ଭୟଙ୍କର ଚିତ୍ର ସାମ୍ନାକୁ ଆସିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/1-24.jpg)