ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ପରଲୋକ ! ଓଲିଉଡ଼୍ ଜଗତରେ ଶୋକର ଛାୟା

Advertisment
ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ପଟ୍ଟନାୟକଙ୍କ ପରଲୋକ ! ଓଲିଉଡ଼୍ ଜଗତରେ ଶୋକର ଛାୟା

କନକ ବ୍ୟୁରୋ : ଅମୀୟ ପଟ୍ଟନାୟକଙ୍କ ପରଲୋକ । ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ଅମୀୟ ରଞ୍ଜନ ପଟ୍ଟନାୟକଙ୍କ ପରଲୋକ । ଚିକିତ୍ସାଧିନ ଅବସ୍ଥାରେ ଦିଲ୍ଲୀ ସ୍ଥିତ ଏକ ଘରୋଇ ମେଡିକାଲରେ ତାଙ୍କର ଦେହାନ୍ତ ହୋଇଛି । ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀରେ ପ୍ରଯୋଜକ ଭାବେ ଅମୀୟ ପଟ୍ଟନାୟକଙ୍କର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ । ଅନେକ ସୁପରହିଟ୍ ଓଡିଆ ଚଳଚ୍ଚିତ୍ର ନିର୍ମାଣ କରିବା ସହ କିଛି ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ଅମୀୟ ପଟ୍ଟନାୟକ । ୧୯୮୫ ମସିହାରେ ପ୍ରଥମେ ଫିଲ୍ମ ‘ମମତା ମାଗେ ମୂଲ’ର ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ ଅମୀୟ । ଏହା ପରେ ସେହି ବର୍ଷ ହାକିମ ବାବୁ ଫିଲ୍ମର ମଧ୍ୟ ପ୍ରଯୋଜନା ମଧ୍ୟ କରିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଜଣାଶୁଣା ନିର୍ଦ୍ଦେଶକ ପ୍ରଣବ ଦାସ । ଏଥିରେ ଅଜିତ ଦାସ, ଜୟା ଡଲି ଜେନା ,ହେମନ୍ତ ଦାସ, ସାମୁଏଲ ସାହୁ,ପ୍ରସନ୍ନ ମିଶ୍ର ,ଦୁଃଖୀରାମ ସ୍ୱାଇଁ , ଜୟୀ ଏବଂ ଅସିତ ପତି ପ୍ରମୁଖ ଅଭିନୟ କରିଥିଲେ । ଏହାକୁ ରାଜ୍ୟ ଏବଂ ରାଷ୍ଟ୍ରୀୟ ପୁରସ୍କାର ବି ମିଳିଥିଲା ।

ପରେ ପରେ ଚକା ଆଖି ସବୁ ଦେଖୁଛି, ପୁଅ ମୋର କଳାଠାକୁର, ରାଜା ରାଣୀ, ଆସୁଛି ମୋ କାଳିଆ ସୁନା, ଚକାଡୋଳା କରୁଛି ଲୀଳା, ପରଦେଶୀ ବାବୁ, ପରୀ ମହଲ, କିଏ ସେ ଡାକୁଛି କୋଉଠି ମତେ ଇତ୍ୟାଦି ଫିଲ୍ମର ପ୍ରଯୋଜନା କରିଥିଲେ ଅମୀୟ ପଟ୍ଟନାୟକ । ତାଙ୍କ ଦ୍ୱାରା ନିର୍ମିତ ଫିଲ୍ମ ମଧ୍ୟରୁ ଅଧିକାଂଶ ଫିଲ୍ମ ସୁପରହିଟ୍ ମାନ୍ୟତା ଲାଭ କରି ଓଡିଆ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଏହା ସହ ପରୀ ମହଲ ଓ ପରଦେଶୀ ବାବୁ ଫିଲ୍ମର କାହାଣୀ ମଧ୍ୟ ରଚନା କରିଛନ୍ତି ଅମୀୟ ପଟ୍ଟନାୟକ ।

ଅମୀୟ ପଟ୍ଟନାୟକଙ୍କ ପରଲୋକରେ ଓଲିଉଡ଼ରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଏକ ଶୂନ୍ୟସ୍ଥାନ ସୃ୍ଷ୍ଟି କରିବ ବୋଲି କହିଛନ୍ତି ମିହିର ଦାସ । ସେ ଜଣେ ବିରଳ ବ୍ୟକ୍ତିତ୍ୱ, ତାଙ୍କ ସ୍ଥାନ କେହି ପୂରଣ କରିାପରିବେ ନାହିଁ ବୋଲି କହିଛନ୍ତି ମିହିର ଦାସ । ସେପଟେ ଅଭିନେତା ରାୟମୋହନ ମଧ୍ୟ ଅମୀୟ ପଟ୍ଟନାୟକଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି । ତାଙ୍କ ଅଭିନୟ ଜୀବନ ଗଢ଼ିବାରେ ଅମୀୟ ପଟ୍ଟନାୟକଙ୍କ ବଡ଼ ହାତ ଥିଲା ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe