ଭାଇଜାନଙ୍କୁ ବିଗ୍ ବିଙ୍କ ନାଁ ! ସଲମାନଙ୍କ ସହ କାମ କରିବା ପାଇଁ ମନା କରିଦେଲେ ଅମିତାଭ ବଚ୍ଚନ୍

44

ଭାଇଜାନଙ୍କୁ ବିଗ୍ ବିଙ୍କ ନାଁ । ଅଭିନେତା ସଲମାନ୍ ଖାନଙ୍କ ଆଗାମୀ ସିନେମା ‘ରେସ୍ ୩’ରେ କାମ କରିବା ପାଇଁ ବିଗ୍ ବି ସଫା ସଫା ମନା କରିଦେଇଛନ୍ତି । ଡେଟସ୍ କାରଣ ଦେଖାଇ ‘ରେସ୍ ୩’ ସିନେମାର ନିର୍ଦ୍ଦେଶକ ରେମୋ ଡିସୁଜାଙ୍କୁ ଅମିତାଭ ମନା କରିଛନ୍ତି । ସୈଫ୍ ଅଲ୍ଲୀ ଖାନଙ୍କ ସିନେମା ‘ରେସ’ର ତୃତୀୟ ଭାଗ ହେଲା ‘ରେସ ୩’ ସିନେମା । ଏହି ସିନେମାରେ ସଲମାନ୍ ଖାନ୍ ଓ ଜ୍ୟାକଲିନ୍ ଫର୍ଣ୍ଣାଡ଼ିଜ୍ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ସିନେମାରେ ସଲମାନଙ୍କର ନିଜର ଟଙ୍କା ମଧ୍ୟ ଲଗାଇଛନ୍ତି । ଏହାର ଅର୍ଥ ସଲମାନ ଏଥିରେ ଅଭିନୟ କରିବା ସହ ଏହି ସିନେମାର ନିର୍ମାତା ମଧ୍ୟ । ବଲିଉଡ଼୍ ଲାଇଫର ଖବର ଅନୁସାରେ ଅମିତାଭ ବଚ୍ଚନ ସିନେମା ପାଇଁ ଡେଟସ୍ ନମିଳିିିବା କାରଣ ଦର୍ଶାଇ ରେସ ୩ରେ କାମ କରିବା ପାଇଁ ମନା କରିଦେଇଛନ୍ତି । ଏବେ ଅମିତାଭ୍ ତାଙ୍କର ଆଗାମୀ ସିନେମା ‘ଝୁଣ୍ଡ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଯାହାଦ୍ୱାରା ରେସ ୩ ସିନେମା ପାଇଁ ସମୟ ମିଳିପାରି ନାହିଁ । କୁହାଯାଇଛିି ସିନେମା ‘ଝୁଣ୍ଡ’ର ସୁଟିଂ ଅକ୍ଟୋବର ଓ ନଭେମ୍ବର ମାସରେ ହିଁ ହେବ । ତେବେ ‘ରେସ୍ ୩’ ସିମୋରେ ସୁଟିଂ ମଧ୍ୟ ଏହି ମାସରେ ହେବ ବୋଲି ଜଣାପଡ଼ିଛି ।

ରେମୋ ଡିସୁଜାଙ୍କ ଦ୍ୱାରା ନିର୍ଦ୍ଦେଶିତ ସିନେମା ‘ରେସ୍ ୩’ର ସୁଟିଂ ଆବୁଧାବୀ, ୟୁରୋପ ଓ ସିଂଗାପୁରରେ ହେବ । ୨୦୧୮ରେ ଏହି ସିନେମା ପରଦାକୁ ଆସିବାର ସମ୍ଭାବନା ରହିଛି । ସଲମାନଙ୍କ ଆଗାମୀ ସିନେମା ରେସ ୩ ନିଜର ଷ୍ଟାରକାଷ୍ଟକୁ ନେଇ ବହୁତ ଦିନ ଚର୍ଚ୍ଚାରେ ଥିଲା । ସିନେମାରେ ଅମିତାଭ ବଚ୍ଚନ ଅଭିନୟ କରିବେ ବୋଲି ପକ୍କା ହୋଇଥିଲା କିନ୍ତୁ ଏବେ ଅମିତାଭ ବଚ୍ଚନ ଏହି ସିନେମାରେ କାମ କରିବା ପାଇଁ ମନା କରି ଦେଇଛନ୍ତି ।