ଅମିତ ଶାହଙ୍କ ଚିଠିର ଜବାବ ଦେଲେ ଚନ୍ଦ୍ରବାବୁ ନାଇଡ ! ବିଜେପିକୁ ମିଛ ବୋଲି କହିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

Advertisment
ଅମିତ ଶାହଙ୍କ ଚିଠିର ଜବାବ ଦେଲେ ଚନ୍ଦ୍ରବାବୁ ନାଇଡ ! ବିଜେପିକୁ ମିଛ ବୋଲି କହିଲେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

Photo Courtesy : http://www.livemint.com/

କନକ ବ୍ୟୁରୋ : ଜାତୀୟ ମିଳିତ ମେଂଟରୁ ତେଲୁଗୁ ଦେଶମ ପାର୍ଟି ଅଲଗା ହୋଇଯିବା ପରେ ବିଜେପି ଓ ଟିଡିପି ମଧ୍ୟରେ ଜୋରଦାର ହୋଇଛି ଆରୋପ ପ୍ରତ୍ୟାରୋପର ପର୍ବ । କାରଣ ଟିଡିପି ହାତ ଛାଡିଦେବା ପରେ ପ୍ରଥମଥର ଲାଗି ଚିଠି ଲେଖିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତା ଶାହ । ଯେଉଁଥିରେ ଟିଡିପିର ନିଷ୍ପତ୍ତିକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଅଭିଯୋଗ କରିଛନ୍ତି ଶାହା ।

N-Chandrababu

ଆନ୍ଧ୍ର ବିଭାଜନ ପରେ ରାଜ୍ୟକୁ କୌଣସି କ୍ଷେତ୍ରରେ କେନ୍ଦ୍ର ସରକାର ଅବହେଳା କରିନଥିବା କହିବା ସହ କେନ୍ଦ୍ର ଦେଉଥିବା ଟଙ୍କ ଖର୍ଚ୍ଚ କରିପାରି ନଥିବା ଅଭିଯୋଗ ଆଣିଛନ୍ତି । ଗତ ୩ବର୍ଷରେ ଆନ୍ଧ୍ରର ପଛୁଆ ୭ଟି ଜିଲ୍ଲାର ବିକାଶ ପାଇଁ କେନ୍ଦ୍ର ସରକାର ୧ହଜାର ୫୦କୋଟି ଟଙ୍କା ଦେଇଥିବା ବେଳେ ରାଜ୍ୟ ସରକାର ମାତ୍ର ଏହାର ୧୨ପ୍ରତିଶତ ଖର୍ଚ୍ଚ କରିଥିବା ନେଇ ଅଭିଯୋଗ କରି ଚିଠିରେ ଉଲ୍ଲେଖ କରିଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ତେବେ ବିଜେପିର ଏସବୁ ଅଭିଯୋଗ, ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଉତକ୍ଷିପ୍ତ କରିଛି । ଶାହାଙ୍କ ଚିଠିର ଯବାବ ଅତି କଡା ଭାଷାରେ ଦେଇଛନ୍ତି ଟିଡିପି ମୁଖ୍ୟ । ଏପରିକି ବିଜେପିକୁ ମିଛୁଆ ବୋଲି କହିବାକୁ ପଛାଇ ନାହାନ୍ତି ଚନ୍ଦ୍ରବାବୁ ନାଇଡୁ ।

ଉତ୍ତର-ପୂର୍ବାଂଚଳ ରାଜ୍ୟଗୁଡିକୁ କେନ୍ଦ୍ର ଯେଉଁ ମାତ୍ରାରେ ସ୍ୱତନ୍ତ୍ର ସୁବିଧା ଯୋଗାଇ ଦେଉଛନ୍ତି ସେହି ମାତ୍ରାରେ ଆନ୍ଧ୍ରକୁ ସୁବିଧା ସୁଯୋଗ ଦେଇଥିଲେ ଅନେକ ଶିଳ୍ପ ପ୍ରତିଷ୍ଠା ହୋଇପାରିଥାନ୍ତା ବୋଲି କହିଛନ୍ତି । ଆନ୍ଧ୍ରପ୍ରଦେଶ ଅସମର୍ଥ ବୋଲି କେନ୍ଦ୍ର କହୁଥିବା ପ୍ରସଙ୍ଗରେ ସେ ଜଣାଇଦେବାକୁ ଚାହାନ୍ତି ଯେ, ଆନ୍ଧ୍ରର ଜିଡିପି ଠିକ୍ ଥିବା ବେଳେ ଚାଷ କ୍ଷେତ୍ରରେ ମଧ୍ୟ ରାଜ୍ୟ ବେଶ ଆଗରେ ଏବଂ ରାଜ୍ୟକୁ ନ୍ୟାସନାଲ ଆୱାର୍ଡ ମଧ୍ୟ ମିଳିଛି ଏବଂ ଏହା ରାଜ୍ୟର ସାମର୍ଥ୍ୟ ବୋଲି ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ଏନଡିଏଠାରୁ ଅଲଗା ହୋଇଯାଇଛି ତେଲୁଗୁ ଦେଶମ ପାର୍ଟି । ଏପରିକି କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପଛାଇ ନାହିଁ ଟିଡିପି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe