କନକ ବ୍ୟୁରୋ : ଆସନ୍ତା ୭ରେ ପୁଣି ଥରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହ । ନିର୍ବାଚନୀ ପ୍ରଚାର ସରଗରମ ଥିବାବେଳେ ମାରାଥନ୍ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତା । ବିଜେପି ଫୋକସରେ ଓଡ଼ିଶା । ଓଡ଼ିଶା ଅକ୍ତିଆର କରିବା ପାଇଁ ଅଙ୍କ କସୁଛନ୍ତ ବିଜେପିର କେନ୍ଦ୍ରୀୟ ନେତା । ମୋଦିଙ୍କ ୧୨୦ ମିଶନ ଆଶାକୁ ପୂରଣ କରିବା ପାଇଁ କ୍ରମାଗତ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ନେତା ।
ଅମିତ ଶାହ ଏପ୍ରିଲ ୭ ତାରିଖରେ ଓଡ଼ିଶା ଆସିବେ ବୋଲି ରାଜ୍ୟ ସଂପାଦକ ଯତୀନ ମହାନ୍ତି ସୂଚନା ଦେଇଛନ୍ତି । ପୋଲସରା ଓ ବରଗଡ଼ରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ଅମିତ ଶାହ । ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ୬ ତାରିଖରେ ସୋନପୁରର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଏପ୍ରିଲ ପହିଲାରେ ମଧ୍ୟ ଓଡ଼ିଶା ଗସ୍ତରେ ଆସିଥିଲେ ଶାହ । ଗଜପତି କାଶୀନଗର ବିଜୟ ସଂକଳ୍ପ ସମାବେଶରେ ଶାହା ସିଧାସଳଖ ବିଜେଡି ସରକାରଙ୍କ ବର୍ଷିଥିଲେ ଶାହା । ଉତ୍କଳ ଦିବସ ଉପଲକ୍ଷେ ଓଡିଶାବାସୀଙ୍କୁ ଅଭିନନ୍ଦନ ଜଣାଇଥିବା ସହ ମୁଖ୍ୟମନ୍ତ୍ରୀ ଓଡିଆ କହିପାରୁନାହାନ୍ତି ବୋଲି କଟାକ୍ଷ କରିଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/04/AMIT-SAHA-1.jpg)