ପଶ୍ଚିମବଙ୍ଗରୁ ମମତାଙ୍କୁ ଶାହଙ୍କ ଚ୍ୟାଲେଂଜ : କହିଲେ, ସାହସ ଥିଲେ କୋଲକାତାରୁ ଗିରଫ କରିଦେଖାନ୍ତୁ ଦିଦି, ଯାଦବପୁରରେ ରାଲିପାଇଁ ଅନମୁତି ନଦେବାରୁ ବଢୁଛି ବିବାଦ

442

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନ ସମୟରେ ବିଜେପି ଓ ଟିଏମସି ମଧ୍ୟରେ ଟଣାଓଟରା ଲାଗିରହିଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ପୁଣି ଥରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଟାର୍ଗେଟ କରିଛନ୍ତି । ଯାଦବପୁରରେ ଶାହାଙ୍କ ନିର୍ବାଚନୀ ରାଲିକୁ ରଦ୍ଦ କରିବା ପରେ ମମତାଙ୍କୁ ଖୋଲା ଚ୍ୟାଲେଂଜ ଦେଇଛନ୍ତି ଅମିତ ଶାହା । ଶାହା ଜୟନଗର ଲୋକସଭା କ୍ଷେତ୍ରରେ ନିର୍ବାଚନୀ ପ୍ରଚାର ବେଳେ କହିଛନ୍ତି ଯେ, ସେ କୋଲକାତା ଆସୁଛନ୍ତି ଏବଂ ମମତାଙ୍କର ଯଦି ସାହସ ଥାଏ ତେବେ ତାଙ୍କୁ ଗିରଫ କରିଦେଖାନ୍ତୁ ।

ଏହାସହ ସେହି ଆସନରୁ ମମତାଙ୍କ ପୁତୁରା ଲଢୁଥିବାରୁ ସେ ଅମିତ ଶାହାଙ୍କୁ ସେଠାକୁ ଯିବାକୁ ଅନୁମତି ଦେଉନାହାନ୍ତି ବୋଲି ଅମିତ ଶାହା କହିଛନ୍ତି । ପଶ୍ଚିମବଙ୍ଗରେ ଶାହାଙ୍କ ୩ଟି ରାଲି ଥିଲା ତେବେ ଯାଦବପୁରରେ ତାଙ୍କୁ ରାଲି ଓ ତାଙ୍କ ବିମାନ ଅବତରଣ ପାଇଁ ପ୍ରଶାସନିକ ଅନୁମତି ମିଳିନାହିଁ ।  ବିଜେପି ସୂତ୍ରରୁ ସୂଚନା ଅନୁସାରେ ଅମିତ ଶାହାଙ୍କୁ ରାଜ୍ୟରେ ପ୍ରବେଶ କରାଇ ନଦେବା ଲାଗି ଏହା ଟିଏମସିର ଏକ ସୁଚିନ୍ତିତ ଷଡଯନ୍ତ୍ର। ଯାହାକୁ ନେଇ ଟିଏମସି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି ।