ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କଲେ ବିଜେପି ରାଷ୍ଟ୍ରୟ ଅଧ୍ୟକ୍ଷ ଅମିତ୍ ଶାହା ! କହିଲେ ହିନ୍ଦୁ ଆତଙ୍କବାଦ ନାଁରେ ମିଛ କେସରେ ସାଧ୍ୱୀଙ୍କୁ ଫସାଯାଇଥିଲା

149

କନକ ବ୍ୟୁରୋ : ବିଜେପି ସାଂସଦ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂ ଠାକୁରଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶାହା କହିଛନ୍ତି ହିନ୍ଦୁ ଆତଙ୍କବାଦୀ ନାଁରେ ଏକ ମିଛ କେସ କରି ସାଧ୍ୱୀଙ୍କୁ ଫସା ଯାଇଥିଲା । ଦୀର୍ଘ ସମୟ ଧରି ମାମଲାର ଯାଂଚ ଚାଲିଲା, କିନ୍ତୁ ଶେଷରେ ଏହା ମିଥ୍ୟା ବୋଲି ଜଣାପଡିଲା । ଖାଲି ଏତିକି ନୁହେଁ, ୟୁପିଏ ସଭାପତି ସୋନିଆ ଗାନ୍ଧିଙ୍କୁ ବି ଶାହା ଟାର୍ଗେଟ କରିଛନ୍ତି । ଅମିତ ଶାହା କହିଛନ୍ତି ୟୁପିଏ ଶାସନରେ ଯେତେବେଳେ ବଟଲା ଏନକାଉଁଟର ହୋଇଥିଲା । ଆଉ ସେତେେବେଳ କଣ ସୋନିଆ ଗାନ୍ଧି ଆଖିରୁ ଲୁହ ଗଡାଇଥିଲେ ।

ହେଲେ କୌଣସି ସହିଦଙ୍କ ପାଇଁ ତାଙ୍କ ଆଖିରୁ ଲୁହ ଦେଖିବାକୁ ମିଳିଥିଲା କି ବୋଲି ସେ ପ୍ରଶ୍ନ କରିଛନ୍ତି ଶାହ । ଏହା ପୂର୍ବରୁ ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓକୁ ସାକ୍ଷାତକାରୀ ଦେଇ ସ୍ୱାଧ୍ୱୀଙ୍କ ପ୍ରସଙ୍ଗରେ ବିରୋଧୀଙ୍କୁ କାଉଁଟର କରିଥିଲେ ମୋଦି । ୧୯୮୪ ଦଙ୍ଗାର ଉଦାହରଣ ଦେଇ କହିଥିଲେ ଏହି ଦଙ୍ଗାରେ ସଂପୃକ୍ତ ନେତାମାନଙ୍କୁ କଂଗ୍ରେସ ଟିକେଟ ଦେଇଥିଲା, ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ପଦ ବି ଦେଲା । ତେଣୁ ସାଧ୍ୱୀଙ୍କ ପ୍ରସଙ୍ଗରେ କଂଗ୍ରସ ଆମକୁ ପ୍ରବଚନ ନଦେଉ ବୋଲି କହିଥିଲେ ମୋଦି । ସାଧ୍ୱୀଙ୍କୁ ବିଜେପି ଭୋପାଳରୁ ପ୍ରାର୍ଥୀ କରିବା ପରେ ଜାମିନରେ ଥିବା ଜଣେ ଆତଙ୍କବାଦୀଙ୍କୁ ଭାରତୀୟ ଜନତା ପାର୍ଟି ଟିକେଟ୍ ଦେଇଥିବା କହି ବିରୋଧ କରି ଆସୁଛି କଂଗ୍ରେସ ।