ବିପଦରେ ଗୃହମନ୍ତ୍ରୀଙ୍କ ଜୀବନ : ଅମିତ ଶାହଙ୍କୁ ବୋମାରେ ଉଡ଼ାଇକୁ ଆସିଲା ଧମକପୂର୍ଣ୍ଣ ଚିଠି

231

କନକ ବ୍ୟୁରୋ : ଗୃହମନ୍ତ୍ରୀ ଅମିତ ଶାହଙ୍କ ଜୀବନ ପ୍ରତି ବିପଦ । ଅମିତ ଶାହଙ୍କୁ ହତ୍ୟା ଧମକ । ମଧ୍ୟପ୍ରଦେଶ ଗଞ୍ଜବସୌଦାର ବିଧାୟକ ଲୀଲା ଜୈନଙ୍କ ପାଖକୁ ଆସିଛି ଏକ ସନ୍ଦିଗ୍ଧ ଚିଠି । ବିଜେପି ବିଧାୟକ ଲୀଲା ଜୈନ ଓ ରାଷ୍ଟ୍ରିୟ ଅଧ୍ୟକ୍ଷ ତଥା ଗୃହମମନ୍ତ୍ରୀଙ୍କୁ ଚିଠିରେ ହତ୍ୟା ଧମକ ଦିଆଯାଇଛି । ଡାକ ଦ୍ୱାରା ବିଜେପି ବିଧାୟକଙ୍କ ପାଖରେ ପହଞ୍ଚିଛି ସନ୍ଦିଗ୍ଧ ଚିଠି । ଗଞ୍ଜବସୌଦା ଆସିଲେ ଗୃହମନ୍ତ୍ରୀଙ୍କୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି । କେବଳ ଏତିକି ନୁହେଁ ସ୍ଥାନୀୟ ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ୍ ଓ ମେଡ଼ିକାଲକୁ ବୋମା ବିସ୍ଫୋରଣରେ ଉଡ଼ାଇ ଦିଆଯିବ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ସୋମବାର ଦ୍ୱିପହର ସମୟରେ ତାଙ୍କୁ ଡାକ ମାଧ୍ୟମରେ ବିଧାୟକଙ୍କୁ ଏହି ଚିଠି ମିଲିଲା । ତେବେ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି ବିଜେପି ବିଧାୟକ । ସନ୍ଦିଗ୍ଧ ଚିଠି ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦଆଯାଇଛି । ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବୋମା ବୋମା ନିଷ୍ଟ୍ରିୟକାରୀ ଦଳକୁ ଡକାଯାଇ ରେଳ ଷ୍ଟେସନ,ହସ୍ପିଟାଲ ଓ ବସଷ୍ଟାଣ୍ଡ ଆଦି ସ୍ଥାନରେ ଯାଞ୍ଚ କରାଯାଇଛି । ବିଧାୟକଙ୍କ ଘରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଚିଠିକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ତେବେ କିଏ କେଉଁ ଉଦ୍ଦେଶ୍ୟରେ ଚିଠି ପଠାଇଛି ଏଯାଏଁ କିଛି ଜଣାପଡ଼ି ନାହିଁ ।